ଜଗତସିଂହପୁର,ତା-୧୭.୦୨.୨୦୨୪/ସୁମନ୍ତ କୁମାର ଦାସ:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ 15 ଟି ଜିଲ୍ଲାର 73 ଟି ରୁପାନ୍ତରିତ ସରକାରୀ ହସ୍ପିଟାଲ ର ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 16.28 କୋଟି ବ୍ୟୟରେ 100ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ 5.63 କୋଟି ବ୍ୟୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,3.19 କୋଟି ବ୍ୟୟରେ ମଣିଜଙ୍ଗା,3.14 କୋଟି ବ୍ୟୟରେ ରଘୁନାଥପୁର ଓ 3.27 କୋଟି ବ୍ୟୟରେ ବାଲିକୁଦା ର ରୂପାନ୍ତରିତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଆଜି ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 5Tଅନ୍ତର୍ଗତଏହି ମୋ ହସ୍ପିଟାଲ ଯୋଜନା ଧନୀ ଗରିବ ସମସ୍ତ ଶ୍ରେଣୀ ର ଲୋକ ଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି କହିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋ ହସ୍ପିଟାଲ ଏକ ନୂତନ ଯୁଗ ର ଆରମ୍ଭ କରିବ ବୋଲି ସେକହିଥିଲେ। ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥ ପଡିଆରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟମନ୍ତ୍ରୀ ଙ୍କ ‘ପ୍ରତିଟି ଜୀବନ ମୁଲ୍ୟବାନ ‘ ର ସ୍ଲୋଗାନ କୁ ମନେପକାଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଘଟିଥିବା ଅଭୁତପୂର୍ବ ରୁପାନ୍ତରିକରଣ ର ପ୍ରଶଂସା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ର ର ନିର୍ମାଣ ବାସ୍ତବିକ୍ ଜିଲ୍ଲା ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୁଦୁଲି କହିଥିଲେ। ଜିଲ୍ଲା ତଥା ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଜୀବନ ବିନ୍ଦୁ, ଆହାର କେନ୍ଦ୍ର, ଡାୟାଲିସିସ ସେଣ୍ଟର, ଆଇ ସି ୟୁ ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବା କୁ ନୂତନ ଦିଗନ୍ତ ଦେଇଛି ବୋଲି ସେ କହିଥିଲେ। 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜାଗା ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ର ୱାର୍କ୍ସ ଓ ପରିବହନ ବିଭାଗ ଅଧୀନରେ ଥିବା 5 ଏକର 80 ଡେସିମିଲ ଜମି ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଜିଲ୍ଲା ରେ ଆମ ହସ୍ପିଟାଲ ଅନ୍ତର୍ଗତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମଗ୍ର ହସ୍ପିଟାଲ ରଙ୍ଗ କରିବା ସହ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ ଗାର, ନିରାମୟ କାଉଣ୍ଟର ,ମିଶନ ଶକ୍ତି କାଫେ, ଉନ୍ନତ ଶୌଚାଳୟ, ହାତ ଧୋଇବା ସ୍ଥାନ, ଧାଡ଼ି ପରିଚାଳନା ବ୍ୟବସ୍ଥା, ଅନଲାଇନ ପଞ୍ଜୀକରଣ, ହସ୍ପିଟାଲ ର ସମସ୍ତ ଅଞ୍ଚଳ ରେ ସାଇନେଜ, ଆଇ ଭି ଆର୍ ପଦ୍ଧତି ରେ ରୋଗୀ ମାନଙ୍କ ମତାମତ ସଂଗ୍ରହ,କର୍ମଚାରୀ ମାନଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା ଆଦି କରାଯାଇଛି।ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ଜିଲ୍ଲା ରେ ଏହି ଲୋକାର୍ପଣ ଉତ୍ସବରେ ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶତୃଘ୍ନ ଦାଶ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ, ଏ ଡି ଏମ୍ ଓ, ମେଡିକାଲ, ଡା ଅଜୟ କୁମାର ସ୍ଵାଇଁ, ଜଗତସିଂହପୁର ବି ଡି ଓ ,ଡି ପି ଏମ୍ ଚକ୍ରଧର ଜେନା, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର୍ ନୀଳମାଧବ ରଥ, ହସ୍ପିଟାଲ ମ୍ୟାନେଜର୍ ସଶ୍ମିତା ସଚିନ ସାହୁ ଉପସ୍ଥିତ ଥିଲେ। ହସ୍ପିଟାଲ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଓ ମନୀଷା ମିଶ୍ର ଜିଲ୍ଲା ରେ କାର୍ଯ୍ୟ କ୍ରମର ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.