ଫଗୋଳ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0 2

 ଵିକାଶମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତ କାର୍ଯ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ବୈଷ୍ଣବ ଚରଣ ସାମଲ ଏବଂ ସମିତି ସଭ୍ୟ ନୃସିଂହ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଏବଂ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ପଞ୍ଚାୟତର ଵିକାଶ ଶତଗୁଣିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିଗଣ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉ ରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସାଇଁ, ପୂର୍ବତନ ସରପ ହିମାଂଶୁ ପୃଷ୍ଟି, ପଞ୍ଚାୟତ ସଭାପତି ଉମାକାନ୍ତ ନିହାଣ, ଯୁବନେତା ମନୋଜ ସେଠୀ,ହେମନ୍ତ ଦାସ, ସେକ୍ ନିଶାର,ସେକ୍ ତସଲିମ୍ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅତିଥ୍‌ ବୃନ୍ଦ ରେସନ କାର୍ଡ଼ ମାଧ୍ୟମରେ ଜନସାଧାରଣଙ୍କୁ ଦୁଇଟି ବ୍ୟାଗ୍ ଏବଂ ୧ହଜାର ଟଙ୍କା ବଣ୍ଟନ କରିଥିଲେ । ପଞ୍ଚାୟତରେ ଵିକାଶମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ l

Leave A Reply

Your email address will not be published.