(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବନ୍ଧନ ମଣ୍ଡପ ପରିସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାହାଙ୍ଗା କଂଗ୍ରେସ ନେତା ପ୍ରଦିପ୍ତ କୁମାର ଦାସଙ୍କ ତତ୍ୱାବଧାନରେ ବିଜେଡ଼ି ଓ ବିଜେପି ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବ୍ଳକ ଛକ ନିକଟରୁ ବରକୁ ନେଇ ଏକ ରୋଷଣୀ ଶୋଭାଯାତ୍ରା ମଣ୍ଡପରେ ପହଂଚିଥିଲା । ମଣ୍ଡପରେ ସମ୍ପୂର୍ଣ ହିନ୍ଦୁ ରୀତି ନୀତି ଅନୁଯାୟୀ ପୁରୋହିତଙ୍କ ଦ୍ବାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କି ରାଜ୍ୟରେ ଭାଜପା ଓ ବିଜେଡ଼ି ଲୋକ ଦେଖାଣିଆ ଆରୋପ ପ୍ରତ୍ୟାରୋପ କରୁଥିଲେ ହେଁ ସେମାନଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ଦୃଢିଭୂତ ହୋଇଛି, ଯେପରିକି ଭାଜପା କଥାରେ ରାଜ୍ୟ ବିଜେଡ଼ି ଉଠୁ ବସ ହେଉଛି, ବିବାହ ସମୟରେ ଯେପରି ଝିଅ ପକ୍ଷ ପୁଅ ପକ୍ଷର ସମସ୍ତ ଦାବିକୁ ମାନିନିଏ, ସେହିପରି ଭାଜପାର ନିର୍ଦ୍ଦେଶକୁ ବିଜେଡ଼ି ମୁଣ୍ଡ ପାତି ସୀକାର କରିନେଉଛି , ଲାଗୁଛି ସତେ ଯେପରି ବିଜେପିର ପୁଅ ବିଜେଡ଼ିର ଝିଅ କୁ ବିବାହ କରୁଛି । ଇଡ଼ିର ଭୟ ହେଉ ଅବା ସିବିଆଇର ଭୟ ସଦାବେଳେ ଭାଜପା ପାଖରେ ବିଜେଡ଼ି ମୁଣ୍ଡ ନୁଆଁଉଛି । ଯାହାକି ଲୋକସଭା ଓ ରାଜ୍ୟସଭାରେ କୌଣସି ବିଲ ପାରିତ ବେଳେ ବିଜେପିକୁ ବିଜେଡ଼ିର ସମର୍ଥନ ଏହାର ପ୍ରମାଣ ଦେଇଛି, ଯାହାର ଦୃଢ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ବିଜେପି ଏବଂ ବିଜେଡ଼ି ମଧରେ ବିବାହ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରପିତା ମଥୁରାନନ୍ଦ ଦାସ, କନ୍ୟା ପିତା ବଟକୃଷ୍ଣ ସାଇଁ, ପୂର୍ବତନ ବ୍ଳକ କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ରାଉତ, କଂଗ୍ରେସ ଯୁବନେତା ସଂଜୟ କୁମାର ବେହେରା, ଅମୀୟ କୁମାର ବିଶ୍ଵାଳ, ବିଚିତ୍ରାନନ୍ଦ ପଣ୍ଡା, ଶ୍ୟାମସୁନ୍ଦର ମଲିକ, ରବୀନ୍ଦ୍ର ନାୟକ, ରାମଚନ୍ଦ୍ର ମଲିକ, ଶରତଚନ୍ଦ୍ର ଦାସ, ରମେଶ ସାହୁ, ସୁଶିଲ ସାଇଁ, ମନମଥ ଖଟୁଆ, ରମେଶ ଚନ୍ଦ୍ର ବାରିକ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.