ସରପଞ୍ଚଙ୍କ ରାଜସ୍ଥାନ ସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କାର୍ମଶାଳା : ଗଜପତି ଜିଲ୍ଲାର ଦୁଇ ସରପଞ୍ଚଙ୍କ ଯୋଗଦାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶାର ୧୦ ଟି ଆକାଂକ୍ଷା ଜିଲ୍ଲା ଓ ୨୦ ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା , ଛତିଶଗଡ଼ , କେରଳ , ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ସମସ୍ତ ସରପଞ୍ଚ ମାନଙ୍କ ମଧ୍ୟରେ ନିଜର ବ୍ୟକ୍ତିତ୍ଵକୁ ବୁଝିବା , ଦଳଗତ କାର୍ଯ୍ୟ କରିବା , ଗ୍ରାମ ପଞ୍ଚାୟତର କାର୍ଯ୍ୟ ଶୈଳୀକୁ ବୁଝିବା , ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଓ ସୁବିଧା ପ୍ରଦାନକାରୀ ଦଳର ପଞ୍ଚାୟତର ବିକାଶ ଯୋଜନା ବନେଇବା ରେ ଭୂମିକା , ନିରନ୍ତର ବିକାଶ ଲକ୍ଷ୍ୟକୁ ସ୍ଥାନୀୟ କରଣ କରିବା ସହ ଶିଶୁ ପ୍ରିୟ , ସୁସ୍ଥ , ମହିଳା ଅନୁକୂଳ , ସ୍ୱଚ୍ଛ ଓ ସବୁଜ ଗ୍ରାମ ଏବଂ ପର୍ଯ୍ୟାପ୍ତ ଜଳଥିବା ଗ୍ରାମ ବନେଇବା ରେ ସରପଞ୍ଚଙ୍କ ମୁଖ୍ୟ ଭୂମିକାକୁ ନେଇ ଏହି ପ୍ରଶିକ୍ଷଣ ରେ ଶିକ୍ଷା ଦିଆଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରପଞ୍ଚ ମାନେ ଉତ୍ସାହର ସହ ଶିଖିବା ସହ ଆଗାମୀ ଦିନରେ ନିଜର ଗ୍ରାମ ପଞ୍ଚାୟତକୁ ସଶକ୍ତ ବନେଇବା ନେଇ ସଂକଳ୍ପ ନେଇଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରୁ ସୁଭାନିତ ରଇତ ଓ ଆର.ଉଦୟଗିରି ବ୍ଲକ ରୁ ଶ୍ରୀଧର ପ୍ରଧାନ ଶିକ୍ଷଣ ନେଇଥିଲେ।

Leave A Reply

Your email address will not be published.