ବରାଦୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଜାର୍ଯ୍ୟକ୍ରମ : ରେସନ କାର୍ଡରେ 1ହଜାର ଟଙ୍କା ଦୁଇଟି ବ୍ୟାଗ ବଣ୍ଟନ କଲେ ବିଧାୟକ ପ୍ରତାପ ଜେନା l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଞ୍ଚାୟତ ବିଜେଡି ସଭାପତି ମଧୁସୂଦନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ସମଗ୍ର ଗ୍ରାମାଞ୍ଚଳର ଵିକାଶ, ଗ୍ରାମରେ ସହରର ଝଲକ, ମନ୍ଦିର, ବିଦ୍ୟାଳୟ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ପାନୀୟଜଳ, ଉଜ୍ୱଳ ଆଲୋକୀକରଣ ଆଦି ବିଭିନ୍ନ କ୍ଷେତ୍ରରେ ଵିକାଶ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ l ଏପରିକି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବିଭିନ୍ନ ବିକାଶମୂଳକ ଦିଗ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରିଥିଲେ l ପରେ ପରେ ବିଧାୟକ ଶ୍ରୀ ଜେନା ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ବିଧାୟକ ଶ୍ରୀ ଜେନା ରେସନ କାର୍ଡ଼ ମାଧ୍ୟମରେ ଜନସାଧାରଣଙ୍କୁ ଦୁଇଟି ବ୍ୟାଗ୍ ଏବଂ ୧ହଜାର ଟଙ୍କା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଳକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସାଇଁ, ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଯୁବ ନେତା ମନୋଜ ସେଠୀ, ପ୍ରମୋଦ ସାଇଁ, ପୂର୍ବତନ ସରପ ନୃସିଂହ ଚରଣ ବିଶ୍ଵାଳ, ସମିତି ସଭ୍ୟା ଶୁଭଶ୍ରୀ ସାହୁ, ଯୁବନେତା ଗଗନ ସାହୁ, ପ୍ରଣବ ଦାଶ, ଅଭୟ ରାଉତ, ତୈଲୋକ୍ୟରଂଜନ ନନ୍ଦ, ଜାନକୀବଲ୍ଲଭ ସେଠୀ, ଅଭିରାମ ସେଠୀ, ରତ୍ନାକର ବିଶ୍ଵାଳ ଆଶିଷ ନନ୍ଦ ଙ୍କ ସମେତ ସମସ୍ତ ୱାର୍ଡମେମ୍ବର, ଗ୍ରାମବାସୀ, ଏସଏଚଜି ମହିଳା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.