ନିଶ୍ଚିନ୍ତକୋଇଲି ବ୍ଳକରେ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ l

0 2

ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ଏକ ଜିଲ୍ଲାସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳାରେ ବିଭିନ୍ନ ବିଭାଗର ୪୨ ଗୋଟି ପ୍ରକୋଷ୍ଠ ଖୋଲାଯାଇଥିଲା l ଏଥିରେ ସମୁଦାୟ ୫୦୩ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିନୀ ମାନେ ନାମ ପଞ୍ଜିକରଣ କରିଥିଲେ । ସିଧାସଳଖ ଚାକିରି ପାଇଁ ୨୧ଟି କମ୍ପାନୀ, ତାଲିମ ପ୍ରାପ୍ତ ପାଇଁ ୧୦ଟି କମ୍ପାନୀ, ସରକାରୀ ଶିକ୍ଷାନୁଷ୍ଠାନରେ ପାଠପଢା ପାଇଁ ୪ଟି ସଂସ୍ଥା, ଆର୍ମି ପାଇଁ ୧ଟି ସଂସ୍ଥା ନିୟୋଜକ ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନିଯୁକ୍ତି ଅଧିକାରିଣୀ ମମତା ବେହୁରା ପରିଚାଳନା କରିଥିଲା ବେଳେ ବିଡ଼ିଓ ଧର୍ମ ରଂଜନ ପଣ୍ଡା, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ପ୍ରକଳ୍ପ ଅଧିକାରୀ ତନୁଜା ସାହୁ, ରିଙ୍କିନା ବିଶ୍ବାଳ, ବିଏଲସି ମୋନାଲିସା ପଣ୍ଡା ଙ୍କ ସମେତ ଜିଲ୍ଲା ପ୍ରଶାସନ, ବ୍ଲକ କର୍ମଚାରୀ ଯୋଗଦାନ କରିଥିଲେ । ଏହି ଶିବିରରେ ମନୋନୀତ ହୋଇଥିବା ଆଶାୟୀ ପ୍ରାର୍ଥୀ ପ୍ରାଥୀନି ଙ୍କୁ ଖୁବ ଶ୍ରୀଘ୍ର ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ନିଯୁକ୍ତି ଅଧିକାରିଣୀ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.