ଭବାନୀପାଟଣା(ଶାସକ ପ୍ରଶାସକ) ତା ୧୭.୨.୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪.୩୦ ମି ସମୟରେ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲା କୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ” ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀ ଙ୍କ ଅପେକ୍ଷା ଗୃହ , ଶୌଚାଳୟ , ପାର୍କିଂ ବ୍ୟବସ୍ଥା, ପିଇବା ପାଣି,ମିଶନ ଶକ୍ତି କଫେ, ଏଲ୍ଇଡି ବ୍ୟବସ୍ଥା , କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା , ଆଇ ଭି ଆର୍ ପଦ୍ଧତି ରେ ରୋଗୀଙ୍କ ମତାମତ ସଂଗ୍ରହ ସହ ଧର୍ମଗଡ଼ ଏମସିଏଚ କୋଠାର ସମ୍ପୂର୍ଣ୍ଣ ଓ ଅନ୍ୟ ବିଭାଗର ମରାମତି ଓ ନୂତନ କୋଠା ର ନିର୍ମାଣ ସହ ରୁପାନ୍ତିକରଣ କରାଯାଇଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ନିଜ ବକ୍ତବ୍ୟ ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ, ମେଡିକାଲ କଲେଜ, କ୍ୟାନ୍ସର ହସପିଟାଲ ଉଲ୍ଲେଖ କରି ଜିଲ୍ଲାବାସୀ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ର ସୁଯୋଗ ପାଉ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୂଚେତା ପାଣି, ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଏ ଡି ପି ଏଚ ଓ ଡ ରଞ୍ଜନ ମିତ୍ର, ଡ ନିହାରେନ୍ଦ୍ର ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ,ସହରର ବିଶିଷ୍ଟ ବ୍ୟକ୍ତି,ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି
ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏସ ଏ ଚ ଜି ଓ ମିଶନ ଶକ୍ତି ମା ସଭ୍ୟା, ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ, ଜନ ସାଧାରଣ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.