ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ଧର୍ମଘଟ ଓ ହରତାଳ ଡାକରା

0

“ରାଉରକେଲା ଜନ ଜୀବନ ପ୍ରଭାବିତ,ଶ୍ରମିକ, କୃଷକ ଓ ଜନବିରୋଧୀ ମୋଦି ସରକାର ପାଇଁ ସତର୍କ ଘଣ୍ଟି”

ରାଉରକେଲା, (ବସନ୍ତ କୁମାର ଜେନା):କେନ୍ଦ୍ର ମୋଦି ସରକାର ଙ୍କ କୁଶାସନ, ଶ୍ରମିକ କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ ଓ ହରତାଳ ର ଡାକରା ଦିଆଯାଇଥିବା ବେଳେ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ଧର୍ମଘଟ ଓ ହରତାଳ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ଆଜି ସକାଳେ ବିଶ୍ରାଛକ ଓ ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ପିକେଟିଙ୍ଗ ଯୋଗୁଁ ସମସ୍ତ ପରିବହନ ସେବା, ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ, ଅଫିସ ଦପ୍ତର, ଶିଳ୍ପାନୁଷ୍ଠାନ ବିଶେଷ ଭାବରେ ପ୍ରଭାବିତ ହୋଇଛି।
ବିଶ୍ରାଛକ ଠାରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ସାଲୋମୀ ମିଞ୍ଜ, ଅକ୍ଷୟ ମହାନ୍ତ, ସୁରେନ୍ଦ୍ର ମହାନ୍ତି,ଅରୁ ଦାସ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ,ବିନୟ ବେହୁରିଆ, ଦିବାକର ମହାରଣା, ଜୀବନ ବରିହା, ଯଜ୍ଞେଶ୍ଵର ସାହୁ, ଅରୁଣ ମହାରଣା, ବାସୁଦେବ ସାହୁ, ବଛିରାମ ବେହେରା, ବସନ୍ତ ପାଢ଼ୀ, ସାଗର ଛୋଟରାୟ, ଅନାଦି ସାହୁ, ଶୁଭେନ୍ଦୁ ମହାନ୍ତି, ଆଇ ଏନ୍ ଟି ୟୁ ସି ରାଉରକେଲା ସଭାପତି ନିହାର ଦାସ, ବିଷ୍ଣୁ ମୋହନ୍, ସୁରେଶ କିଷାନ, ମନୋଜ କିଷାନ, ବିନୋଦ ତନ୍ତୀ, ଏଚ୍ ଏମ୍ ଏସ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଦାସ, ଖଗେନ୍ଦ୍ର ବେହେରା, ପ୍ରଭାକର ଚମ୍ପତିରାୟ,ବିଜୟ କୁମାର ଜେନା, ବିଦେଶୀ ମୁନା,ବିମଳ ବେଉରିଆ, କ୍ରିଷ୍ଣା ସା,ଏ ଆଇ ଟି ୟୁ ସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ,ଉପ ସଭାପତି ରମେଶ ସେଠୀ, କୃତିବାସ ନାୟକ, କୈଳାସ ନାୟକ, ନୀଳମାଧବ ସାହୁ,ବାପିନା ବେହେରା, ପଞ୍ଚାନନ ସୁନା, ଦୁର୍ଗା ମାଧବ ବାଗ, ଏ ଆଇ ୟୁ ଟି ୟୁ ସି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ ନାୟକ, ସତ୍ୟପ୍ରିୟ ମହାନ୍ତି, ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, ସୁବାଷ ଦଣ୍ଡପାଟ, ବୀରେନ ନାୟକ,ସେକ୍ ଇସଲାମ,ବିଜୟ ସାହୁ,ଏ ଆଇ ସି ସି ଟି ୟୁ ନେତା ସୁବାଷ ଜାମୁଡାଳିଆ ଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ବିକ୍ଷୋଭ ଓ ପିକେଟିଙ୍ଗ କରିଥିଲାବେଳେ ରାଉରକେଲା ମହାନଗର ନିଗମ ଅଫିସ ଆଗରୁ ୪ ଶହ ରୁ ଉର୍ଦ୍ଧ୍ବ ଆଶାକର୍ମୀମାନେ ଜିଲ୍ଲା ସଭାପତି ହୃଦୟାନନ୍ଦ ଯାଦବ ଓ ସାଧାରଣ ସମ୍ପାଦିକା ଶକୁନ୍ତଳା ମହାକୁଡ ଙ୍କ ନେତୃତ୍ବରେ ଉପସଭାପତି ଅଭୟ ସୁସ୍ମିତା ଖେସ, ରୀନା ଭୂମିଜ,ସିପ୍ରାନ୍ତି ଟପ୍ନୋ,ବାଲମତି ସିଂ,ଲୀନା ଡୁଙ୍ଗ ଡୁଙ୍ଗ, ଶାନ୍ତି ଖାଲକୋ, ଦମୟନ୍ତୀ ପୂରନ, ସୌଦାମିନୀ ସାହୁ ପ୍ରମୁଖ ଶୋଭାଯାତ୍ରାରେ ବାହାରି ଧର୍ମଘଟ ଓ ହରତାଳ ରେ ସାମିଲ ହେବା ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମୋଦି ସରକାର ଙ୍କ କୁଶାସନ, ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଏବଂ ୨୧ ଦଫା ଦାବି ଯଥା ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ନିୟନ୍ତ୍ରଣ, ଶ୍ରମିକ ବିରୋଧୀ ୪ ଟି ଶ୍ରମକୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ସ୍କିମ୍ ଶ୍ରମିକ ଆଶା, ଅଙ୍ଗନବାଡ଼ି, ନିର୍ମାଣ ଶ୍ରମିକ ଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା, ପରିବହନ ଶ୍ରମିକ ମାନଙ୍କ ବିରୋଧ ହିଟ୍ ଏଣ୍ଡ ରନ୍ ମାମଲାରେ ଜେଲ୍ ଓ ଜୋରିମାନା ଭଳି କଳା ଆଇନ୍ ପ୍ରତ୍ୟାହାର, କୃଷକ ମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ପାଇଁ ଆଇନଗତ ଗ୍ୟାରେଣ୍ଟି, ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା, ସରକାର ଙ୍କ ବିଭିନ୍ନ ପଦବୀରେ ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି, କର୍ପୋରେଟ ଲୁଣ୍ଠନ ଓ ସାଂପ୍ରଦାୟିକ କୁଚକ୍ର ବିରୋଧରେ ଏହି ଦେଶବ୍ୟାପୀ ଧର୍ମଘଟ ଓ ହରତାଳ ର ଡାକରା ଦିଆଯାଇଥିବା ବେଳେ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ସଂପୂର୍ଣ୍ଣ ସଫଳ ହୋଇଥିଲାବେଳେ ଜିଲ୍ଲା ର ଖଣି ଅଞ୍ଚଳ କାଲଟା,ରକ୍ସି, ବିମଳାଗଡ, କୋଇଡା, ବିମଳାଗଡ,ବରସୁଆ,ଟେନସା,ପଟାସାହି, କଲୁଙ୍ଗା, ବେଦବ୍ୟାସ, କୁଆଁରମୁଣ୍ଡା ଅଞ୍ଚଳ ରେ ଆଜିର ଧର୍ମଘଟ ଓ ହରତାଳ ସଂପୂର୍ଣ୍ଣ ସଫଳ ହୋଇଥିଲାବେଳେ ମୋଦି ସରକାର ପାଇଁ ଦେଶର ଶ୍ରମିକ କୃଷକ ଜନବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ସତର୍କ ଘଣ୍ଟି ଧର୍ମଘଟ ମାଧ୍ୟମରେ ଜଣାଇଛନ୍ତି।

Leave A Reply

Your email address will not be published.