(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମରେ କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଆହ୍ୱାନ କ୍ରମେ କଟକ ସଦର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୧୪ଗୋଟି ପଞ୍ଚାୟତର ଯୁବ ଏବଂ ଛାତ୍ର ମାନଙ୍କୁ ନେଇ ଏହି ଟୁର୍ଣାମେଣ୍ଟ ଅନୁଷ୍ଠିତ କରାଯାଇଅଛି । ପ୍ରଥମ ଦିନ ଅନୁଷ୍ଠିତ ମ୍ୟାଚ ମଧ୍ୟରୁ ସାନ୍ତପୁର କ୍ରିକେଟ ଏବଂ ଇଶାଣୀ ବରହମପୁର କ୍ରିକେଟ ଟିମ୍ ସେମିଫାଇନାଲ ପାଇଁ ମନୋନୀତ ହୋଇଥିଲେ । ଏହି କ୍ରିକେଟ ଖେଳକୁ ନେମାଳ ସରପଞ୍ଚ ସସ୍ମିତା ମହାନ୍ତି ଉଦଘାଟନ କରିଥିଲା ବେଳେ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସରପଞ୍ଚ ସାଧୀନ ଭୂୟାଁ, ବିଶ୍ବଭୁଷଣ ନାୟକ, ପ୍ରାକ୍ତନ ସରପଞ୍ଚ ଦିଲ୍ଲିପ ସାହୁ, ସମିତିସଭ୍ୟ ବିଶ୍ଵେନ୍ଦୁ ମହାରଣା, କିଶୋର ଶାହାଣୀ, କଟକ ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁଶେଖର ଦାସ, ସମାଜସେବୀ ଅମୀୟ ମହାନ୍ତି, ଅକତର ଅଲ୍ଲୀ, ବ୍ଲକ ବିଜେଡ଼ି ଛାତ୍ର କାର୍ଯ୍ୟକାରୀ ସଭାପତି ବଳଦେବାନନ୍ଦ ଦାସ, ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଗୋପିନାଥ ପଲେଇ ପ୍ରମୁଖ ଯୋଗଦାନ କରିଥିଲେ । ଏହି କ୍ରୀଡ଼ାକୁ ସେକ୍ ରକି ଏବଂ ସାଗର ମହାରଣା ପରିଚାଳନା କରିଥିଲା ବେଳେ ଦର୍ଶନ ନାୟକ,ସୁନାକର ସାହୁ,ସନ୍ଦୀପ ନାୟକ,ଗୋବିନ୍ଦ ଦାସ,ଅଭିଶେକ ଦତ୍ତ, ସୁନିଲ ବାରିକ, ଦିଲ୍ଲୀପ ପୂଜାରୀ, ଦୁର୍ଗାପ୍ରସାଦ ଦାସ, ସୌରଭ ସୁନ୍ଦର ପୂଜାରୀ, ଦେବେନ୍ଦ୍ର ପୂଜାରୀଙ୍କ ସମେତ ସମସ୍ତ ଯୁବ ଏବଂ ଛାତ୍ର ମାନେ ସହଯୋଗ କରୁଛନ୍ତି l
Sign in
Sign in
Recover your password.
A password will be e-mailed to you.