ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ଛେଦା ଠାରୁ ବଉଳାକୁ ସଂଯୋଗୀକରଣ ସାନ ଗେଙ୍ଗୁଟି ନଦୀ ଉପରେ ନୂତନ ସେତୁ ଶିଳାନ୍ୟାସ କଲେ ବିଧାୟକ ପ୍ରତାପ ଜେନା l

0

 (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ ଶାସନରେ ଗମନାଗମନ କ୍ଷେତ୍ରରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ l ଏହି ଅବସରରେ ଏକ ଶିଳାନ୍ୟାସ ଉତ୍ସବ ମାହାଙ୍ଗା ବ୍ଳକ କଇଥା ପଞ୍ଚାୟତ ଛେଦା ବଉଳା ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଜେନା ଏକ ବିଶାଳ ଜନ ସମାଗମ ମଧ୍ୟରେ ଯୋଗଦାନ କରି କଇଥା ଏବଂ ଆଖପାଖ ପଞ୍ଚାୟତ ଅଞ୍ଚଳବାସୀ ଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଯାଉଥିବା ଛେଦା ଠାରୁ ବଉଳାକୁ ସଂଯୋଗୀକରଣ ପାଇଁ ସାନ ଗେଙ୍ଗୁଟି ନଦୀ ଉପରେ ନୂତନ ସେତୁ ର ଶୁଭ ଶିଳାନ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମରେ କଇଥା ପଞ୍ଚାୟତ ସରପଞ୍ଚ ଶୈଳବାଳା ବେହେରା, ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରୀତମ୍ କାନୁନଗୋ, ଜିଲ୍ଲାପରିଷଦ ସଭ୍ୟ ରିୟାଜୁଲ ହୋଦା, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, କଇଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ବେହେରା, ସମିତିସଭ୍ୟା ବନଲତା ଦଳାଇ, ପଞ୍ଚାୟତ ସଭାପତି କମଳାକାନ୍ତ ରାଉତ, ଯୁବନେତା ଅମୀୟ ନାୟକ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ, ବିଭାଗୀୟ ଅଧିକାରୀ ଏବଂ ବିଜୁ ଜନତା ଦଳ ନେତୃବୃନ୍ଦ ମାନେ ଯୋଗଦାନ କରିଥିଲେ l ତେବେ ବହୁ ଦିନର ଦାବି ବା ସମସ୍ୟା ଦୂର ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲେ l

Leave A Reply

Your email address will not be published.