ଭୁବନେଶ୍ୱର : ବିଜୁ ଅନୁଗାମୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ସୁପୁତ୍ର କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ତାଙ୍କର ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜ, ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା ଓ ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ସମସ୍ତ ନେତୃବୃନ୍ଦ ଉପଢୌକନ ଦେଇ ଦଳକୁ ସ୍ବାଗତ କରିଥିଲେ । ଶଙ୍ଖଭବନରେ ମିଶ୍ରଣ ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିଲେ ଅଂଶୁମାନ ମହାନ୍ତି।
ଏହି ଅବସରରେ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ନବୀନ ଓଡିଶା, ରୂପାନ୍ତରଣ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ଆକୃଷ୍ଟ ହୋଇ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜନଗରରେ ଯେଉଁ ଉନ୍ନତି ହୋଇ ଚାଲିଛି, ଆଜି ଅଂଶୁମାନ ମହାରି ଯୋଗ ଦେବା ପରେ ରାଜନଗରରେ ଉନ୍ନତି ଦ୍ଵିଗୁଣିତ ହେବ। ସ୍ୱର୍ଗତ ନଳିନୀ ମହାନ୍ତି, ବିଜୁ ପଟ୍ଟନାୟକ ତଥା ବିଜୁ ପରିବାରର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ । ବିଜୁ ପରିବାର ପ୍ରତି ସମର୍ପଣ ଓ ଭଲ ପାଇବା ସର୍ବଦା ରହିଆସିଥିଲା । ରାଜନଗର ସବୁବେଳେ ବିଜେଡି ସହ ଅଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯେଉଁମାନେ ତାଙ୍କ ଉପରେ ଆସ୍ଥା ରଖ୍ ଦଳରେ ଯୋଗ ଦେଇଛନ୍ତି । ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ଵାସ ସର୍ବଦା ବଜାୟ ରହିବ। ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଥିଲେ ଯେ, ଆଜି ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକ ଦଳରେ ଯୋଗ ଦେବା ପରେ ରାଜନଗର ନିର୍ବାଚନମଣ୍ଡଳୀ ତଥା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ସଂଗଠନ ମଜବୁତ ହେବା ସହ ବିକାଶ ଧାରା ଆହୁରି ତ୍ବରାନ୍ବିତ ହେବ। ସେହିପରି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ଅଂଶୁମାନ ମହାନ୍ତିଙ୍କ ଯୋଗଦାନକୁ ସ୍ଵାଗତ କରିବା ସହ ଏହି ମିଶ୍ରଣ କେନ୍ଦ୍ରାପଡାରେ ବିଜେଡି ସଂଗଠନକୁ ଆହୁରି ସଶକ୍ତ କରିବ ବୋଲି କହିଥିଲେ |
ସେହିପରି ରାଜନଗର ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ ଯେ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ଦଳରେ ଯୋଗଦାନ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଜୁ ବାବୁଙ୍କ ସ୍ୱପ୍ନର ରାଜନଗର ଗଠନ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଅବସରରେ ଉପସ୍ଥିତ ଥିବା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦଳରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ସ୍ଵାଗତ କରିବା ସହ ଏହି ଯୋଗଦାନ ଫଳରେ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡିର ସଂଗଠନ ଆହୁରି ମଜବୁତ ହେବ ବୋଲି କହିଥିଲେ।
ଦଳରେ ଯୋଗ ଦେବା ପରେ ଅଂଶୁମାନ ମହାନ୍ତି କହିଥିଲେ, ଆଜି ମୋ ପାଇଁ ଗର୍ବର ଦିନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ମୋ ପାଇଁ ଏକ ସୁଯୋଗ ଆସି ପହଞ୍ଚିଛି ଯେ, ଆଉଥରେ ନିଜ ଘରକୁ ଫେରିବା ପାଇଁ। ମୋର କର୍ମଭୂମି ରାଜନଗର ସହ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ସଂଗଠନ ମଜବୁତ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂତନ ଓଡିଶା ଗଠନ ଦିଗରେ ନିଶ୍ଚିତ କାର୍ଯ୍ୟ କରିବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ର ପର୍ବରେ ରାଜନଗର ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ନିମାଁଇ ଚରଣ କର, ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ପିସିସି ସଦସ୍ୟ ପ୍ରଦୀପ ପ୍ରଧାନ, ସନ୍ତୋଷ ମହାନ୍ତି, ସରପଞ୍ଚ ସମୀର ସେଠୀ, ସୁରେଖା ପ୍ରଧାନ, ହେମଲତା ମହାନ୍ତ, ସମିତି ସଭ୍ୟ ଅମର ସୁତାର, ପ୍ରେମଲତା ଦାସ, ଅଭୟ ଖଣ୍ଡଓ୍ବାଲ, ପୁଷ୍ପଲତା ସାଏ, ଜନ୍ମେଜୟ ସେଠୀ, ଅଶୋକ କୁମାର ବଳ, ପୁରେଶ୍ଵର ନାୟକ, ମୋହନ କୁମାର ଦାସ, ଶହଦେବ ସାହୁ, ମାଧମଚନ୍ଦ୍ର, ସୁଧୀର ଚନ୍ଦ୍ର ପାଲ, ପଟ୍ଟାମୁଣ୍ଡାଇର ସରପଞ୍ଚ ଲକ୍ଷ୍ମୀପ୍ରିୟା ଷଡଙ୍ଗୀ, ଅନୂସୟା ନାଥ, ନରେଶ ଚନ୍ଦ୍ର ମଳିକ, ରମେଶ ଚନ୍ଦ୍ର ମଲ୍ଲିକ, ବିଶ୍ବରଂଜନ ଭୂୟାଁ, ସୁବାସ ଚନ୍ଦ୍ର ବାରିକ, ପର୍ଶୁରାମ ବେହେରା, ସଂଜୟ କୁମାର ମଳିକ, ନିରୂପମା ସାହୁ, ଆରତୀ ସାହୁଙ୍କ ସହ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.