ଭୁବନେଶ୍ୱର- ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୬୦ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍-୯ ସ୍ଥିତ ରୋଟାରି କ୍ଲବ ଠାରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ସ୍କୁଲର ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ପ୍ରାରମ୍ଭରେ ଜୟନ୍ତୀ କମିଟିର ସଭାପତି ଲୁଲୁ ଭାଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ର ସମାଜ ଆଗେଇ ଯିବାପାଇଁ ସେ ଆହ୍ୱାନ ଦେଇଥିଲେ । ନଜିବୁର ରହମନ ଖାନ ଲୁଲୁ ମହାପାତ୍ର କେବଳ ଓଡ଼ିଶାର ନେତା ନଥିଲେ ସେ ସାରା ଭାରତ ବର୍ଷର ଜନମାନସର ନେତା ବୋଲି କହିଥିଲେ । ରଶ୍ମିରଞ୍ଜନ ପଟ୍ଟନାୟକ ତାଙ୍କ ଛାତ୍ରଜୀବନ କାଳରେ ଛାତ୍ର ସଂଗଠନ ଦାୟୀତ୍ୱ ନେଇ ଛାତ୍ର ସମାଜକୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି ବୋଲି ଅବତାରଣା କରିଥିଲେ । ରାଜୀବ ପଟ୍ଟନାୟକ କହିଥିଲେ ଯେ ଲୁଲୁ ମହାପାତ୍ର ମରିନାହାନ୍ତି | ଏବେ ବି ସେ ଅମର ହୋଇ ଛାତ୍ର ଯୁବ ସମାଜର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ରହିଛନ୍ତି । ସାମ୍ବାଦିକ ଗିରିଜା ଶଙ୍କର ଦାଶ ଲୁଲୁ ମହାପାତ୍ର ଓଡ଼ିଶାର ଏକ ସିଂହ ଥିଲେ ଓ ଅନ୍ୟାୟ ଅବିଚାର ବିରୋଧରେ ଦୃଢ଼ତାର ସହ ଲଢେଇ ଜାରି ରଖିଥିଲେ ବୋଲି କଥିଲେ । ମନୋଜ ସାହୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ପ୍ରକାଶ ଜେନା, ମିତ୍ରଭାନୁ ମହାପାତ୍ର, ପ୍ରଫୁଲ୍ଲ ସୁନାନୀ, ଲୋକନାଥ ମହାରଥି, ପ୍ରଦୀପ୍ତ ଦାସ, ଦେବୀ ବିଶୋଇ, ହେମନ୍ତ ବିଶ୍ୱାଳ, ଏସକେ ମୁସ୍ତାଫା, ତରୁଣ କାନ୍ତ ମିଶ୍ର, ଚନ୍ଦ୍ର ଶେଖର ପରିଡ଼ା, ମନୋତଷ ମହାପାତ୍ର, ନିରଞ୍ଜନ ଦାସ, ଦେବୀ ପ୍ରସାଦ ନାୟକ, ମିହିର ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସନ୍ତୋଷ ବାରିକ, ରିଜୁୱାନ ଅଲ୍ଲିଖାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.