
ବରଗଡ :- କେନ୍ଦୁପତ୍ର , ପଶ୍ଚିମ ଓଡ଼ିଶାର ଅନେକ ଶ୍ରମିକ ଙ୍କୁ ପ୍ରତ୍ୟକ୍ଷ ଭାବରେ ରୋଜଗାର ସହିତ ଅନେକ ପ୍ରକାର ସରକାରୀ ଯୋଜନା ରେ ସହାୟକ ହୋଇଥାଏ । କେନ୍ଦୁପତ୍ର ର ଗୋଛାକଟା ଠାରୁ ଆରମ୍ଭ କରି ପତ୍ର ତୋଳିବା , ପତ୍ର ସୁଖେଇବା , ପତ୍ର ବାନ୍ଧିବା , ପେକିଙ୍ଗ କରିବା ଆଦିରେ ବହୁ ସଂଖ୍ୟାରେ ଶ୍ରମିକଙ୍କ ନିଯୁକ୍ତ ହୋଇଥାନ୍ତି । ଏହି ସବୁ କାମ ପାଇଁ ନିର୍ଦ୍ଧାରିତ ମୂଲ୍ୟ ସହିତ ସରକାର ଙ୍କର ତରଫରୁ ଵୋନସ ମଧ୍ୟ ପ୍ରଦାନ କରାଯିବା ସହିତ ପତ୍ର ତୋଲାଳି ମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ରେ ସାମିଲ କରି ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରି ଆସୁଛନ୍ତି ।
ପ୍ରତ୍ୟେକ ବର୍ଷ ସ୍ୱରସ୍ବତୀ ପୂଜା ଦିନ ବିଭାଗ ଦ୍ଵାରା କେନ୍ଦୁ ଗୁଚ୍ଛା କଟା କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଆଜି ପବିତ୍ର ସରସ୍ବତୀ ପୂଜା ଦିନ ସକାଳ ସମୟରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ତରଫରୁ ଗୁଚ୍ଛକଟା କାର୍ଯ୍ୟ ର ଶୁଭାରମ୍ଭ ପାଇକମାଲ ବ୍ଲକ ଛତରବେହେରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ଯକ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି , ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତଥା ଗୋଛାକଟା ଶ୍ରମିକ ମାନଙ୍କ ଗହଣରେ ବିଧିବଦ୍ଧ ଭାବରେ ଏହି କାର୍ଯ୍ଯର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ କେନ୍ଦୁପତ୍ର ରୁ ଶ୍ରମିକ ମାନେ ଅଧିକ ଲାଭବାନ ହୁଅନ୍ତୁ ବୋଲି ବିଧାୟିକା ପ୍ରାର୍ଥନା କରିଛନ୍ତି ।