ଭଞ୍ଜନଗର ରୁ { ଉଦୟ ପଣ୍ଡା }: ଭଞ୍ଜନଗର ଥାନାର ପେଟ୍ରୋଲିଂ ଦଳ ଗତକାଲି ସଂଧ୍ୟାରେ ଅତର୍କିତ ଚଢ଼ାଉ କରି ପଇତା ଗାଁ ନିକଟରୁ ୭ ଜଣ ଜୁଆଡିଙ୍କ ସହ ନଗଦ ୮୬,୨୦୦ ଟଙ୍କା ଜବତ କରିଛି। ଗତକାଲି ସୋମବାର ସନ୍ଧ୍ୟାରେ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ରେ ପୋଲିସ ପେଟ୍ରୋଲିଂ ସମୟରେ ଜୁଆ ଖେଳ ବିଷୟରେ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ପେଟ୍ରୋଲିଂ ଦଳ ଦଦରା ଲୁଣ୍ଡା ପଞ୍ଚାୟତ ର ପଇତାଗାଂ ନିକଟ ପାହାଡ଼ ରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢାଉ ସମୟରେ ଉକ୍ତ ସ୍ଥାନରୁ ୭ ଜଣ ଅଭିଯୁକ୍ତ, ୫ ଗୋଟି ମୋବାଇଲ୍, ପାଞ୍ଚଶହ,ଦୁଇଶହ,ଓ ଶହେ ଟଙ୍କା ଏପରି ମୋଟ ୮୬,୨୦୦ ନଗଦଟଙ୍କା ଜବତ୍ କରି ଭଞ୍ଜନଗର ଥାନାକୁ ଆଣିଥିଲେ।
Sign in
Sign in
Recover your password.
A password will be e-mailed to you.