ସରଧାପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ,

0 3

ବିଧାୟକଙ୍କ ଦ୍ବାରା  ରାଜସ୍ବ ନୀରିକ୍ଷକ ଅଫିସ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ଓଡ଼ଗାଁ,୧୧।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସରଧାପୁର ପଞ୍ଚାୟତ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଚାନ୍ଦିନୀ ରାଉତ, ସମିତି ସଭ୍ୟ ମିନତୀ ପ୍ରଧାନ ଏବଂ ସମୀର ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ସରଧାପୁର ଠାରେ ୩୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ୪୦ ଲକ୍ଷ ଟଙ୍କାରେ ନିର୍ମିତ ଆମ୍ବରାପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିଥିଲେ । ପରେ ସଚେତନତା ଶିବିରରେ ଯୋଗଦେଇ ସରଧାପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ଗ୍ରାମପଞ୍ଚାୟତର ରୁପରେଖରେ କିପରି ପରିବର୍ତ୍ତନ ହୋଇପାଛି ତାହାର ବ୍ୟାଖ୍ୟା କରିଥିଲେ ।

ପ୍ରତ୍ୟେକ ଗାଁରୁ ଗ୍ରାମପଞ୍ଚାୟତକୁ ପକା ସଡ଼କ ସଂଯୋଗ ହେବା ସହିତ ଜିଲ୍ଲା ଓ ବ୍ଳକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ସରଧାପୁର ପଞ୍ଚାୟତର ଜନସାଧାରଣଙ୍କ ଗମନାଗମନକୁ ସହଜ କରିଥିବାରୁ ତାହା ଜନତାଙ୍କ ଆର୍ଥିକ ଉନ୍ନତିରେ ସହଯୋଗୀ ହୋଇପାରିଛି । ବର୍ତ୍ତମାନ ସମୟରେ ସମୟର ଅଭାବ ସମସ୍ତଙ୍କୁ ବ୍ୟଥିତ କରିଥିବା ବେଳେ କମ୍ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିଲେ ଆମେ ଅଳ୍ପ ସମୟ ମଧ୍ୟରେ ଅଧିକ ଉନ୍ନତି ଓ ପ୍ରଗତିର ହାସଲ କରିବାରେ ସମର୍ଥ ହୋଇପାରିବା । ଫଳରେ ଆମେ ଅନ୍ୟ ନୂଆ କାର୍ଯ୍ୟ ପାଇଁ ଉକ୍ତ ବଳକା ସମୟକୁ ବିନିଯୋଗ କରିପାରିବା । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା ପାଇଁ ପଞ୍ଚାୟତକୁ ଦିଆଯାଇଥିବା ୬୦ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଯେତେ ଶୀଘ୍ର ଦର୍ଶାଇ ପାରିବା ଆମକୁ ପୁ୍ନଶ୍ଚ ତାର ୨ଗୁଣା ଟଙ୍କାର ଯୋଜନା ମିଳିପାରିବ । ଏହା ମୁଖ୍ୟମନ୍ତ୍ରୀ ଚାହାନ୍ତି ବୋଲି ବିଧାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁର୍ଯ୍ୟନାରାୟଣ ଚୌଧୁରୀ ପ୍ରମୁଖଙ୍କ ସହିତ ପଞ୍ଚାୟତର ସମସ୍ତ ଜନପ୍ରତିନିଧିଙ୍କ ଏବଂ ସାଧାରଣ ଜନତା ଉପସ୍ଥିତ ରହିଥିବା ଦେଖା ଯାଉଥିଲା ।

Image

Leave A Reply

Your email address will not be published.