ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉଦଘାଟିତ

0 3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଉଦଘାଟିତ ହେଲା ରାୟଗଡା ଜିଲ୍ଲା ଗୁଣପୁର ର ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ମେଗା କ୍ରିଡା ଉତ୍ସବ ଓ ଜନଜାତି ଉତ୍ସବ ପରେ ଆଜି ମୁଳ ଗଣପର୍ବ କୁ ପଦ୍ମଶୀ ଉତ୍ସବ ଚରଣ ଦାସ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ବାହାରିଥିଲା ଆଜ୍ଞାମାଳ ଶୋଭାଯାତ୍ରା। ଜୁନାଗଡ ଦୁଲଦୁଲି, ଆନ୍ଧ୍ର ଓ୍ବିରଗୋଟମ୍ ର କାଳୀନୃତ୍ଯ ସହ ଢାମ୍ପ, ତଷଢୋଲ, ତୁରି, ସଂକୀର୍ତ୍ତନ ସହ ଆଦିବାସୀ ନୃତ୍ୟ ରେ ଏକ ବିରାଟ ଶୋଭାଯାତ୍ରାରେ ଏହି ଆଜ୍ଞାମାଳ ଉତ୍ସବ ପଡିଆକୁ ପହଞ୍ଚିଥିଲା। ହଜାର ହଜାର ସଂଖ୍ୟାରେ ଲୋକ ଏହି ଶୋଭାଯାତ୍ରା ରେ ଭାଗ ନେଇଥିଲେ। ସନ୍ଧ୍ୟାରେ ପରିଚାଳନା କମିଟିର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ରଂଜିତ ପାଢି ସମ୍ପାଦକୀୟ ବିବରଣୀ ପାଠ କରି ୧୨ ବର୍ଷର ସଫଳତା ର ଶ୍ରେୟ ଗୁଣପୁର ବାସୀଙ୍କୁ ଦେଇଥିଲେ। ଏହି ଅବସରରେ ଆଜି ବିଶିଷ୍ଠ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଓ ଡଃ ଚନ୍ଦନ ଗନ୍ତାୟତଙ୍କ ସୁମଧୁର ସଙ୍ଗୀତ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ସଂସ୍କୁତି ବିଭାଗ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ନୃତ୍ଯଦଳ ମଧ୍ୟ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଆଜି ଉଦଘୋଷିକା ଭାବେ ବେବିରାଣୀ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ଉମା ଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ଯକାରୀ ସଭାପତି ଏସ. ବାବା ପ୍ରଶାଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ଯକ୍ରମରେ ଆଜି ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ, ଓକିଲ ସଂଘର ସଭାପତି ଉମା ଚରଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଫଣୀ ଭୁଷଣ ପଟ୍ଟନାୟକ, ରାଜେନ୍ଦ୍ର ପାଢି, ଅବସରପ୍ରାପ୍ତ ଓଏଏସ ଅଧିକାରୀ ଲଲାଟେନ୍ଦୁ ମିଶ୍ର, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଅତିଥି ଭାବେ ମଞ୍ଚାଶିନ ଥିଲେ। ସକାଳର କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ଯକ୍ଷା ଝିଲି ଶବର ଓ ଉପାଧ୍ୟକ୍ଷ ଶୁଦର୍ଶନ ଶବର ଯୋଗ ଦେଇଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, କାଉନସିଲର ଭାଗିରଥି ବିଶ୍ବୋୟୀ, ପ୍ରମୋଦ ଦାସ, କୈଳାସ ଦାସ, ତ୍ରିପତି ମହାନ୍ତି, କୈଳାସ ଦାସ, ସମ୍ପାଦକ ରାମ ପଣ୍ଡା, ଲକ୍ଷ୍ମୀ ମହାଙ୍କୁଡ, ଶକ୍ତି ଦାସ, ସଂଯୋଜକ ବି. ସତିଶ କୁମାର, ରାଜେଶ ପାଢି, ଚିନ୍ମୟ ପାଣିଗ୍ରାହୀ, ରବି କୁମାର, ଅନୁପୁଜୁ ସନ୍ତୋଷ, ଫାଲଗୁନି ଶବର, ଅଶୋକ କର, ନିଖିଲ ପାଢି, ଅଜିତ ପଣ୍ଡା, ମୁନା ପାଢି, ଶିବା ଡାକୁଆ ଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳରେ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଆଜିର ସଭାରେ ବଂଶଧାରା ରେ ଜଳପ୍ରକଳ୍ପ ପାଇଁ ରାଜ୍ଯ ସରକାର ଅର୍ଥ ମଞ୍ଜୁର କରିଥିବାରୁ ରାଜ୍ଯ ସରକାରଙ୍କୁ ଧନ୍ୟବାଦ ଦିଆ ଯାଇଥିଲା। ବର୍ଷିୟାନ୍ ବିଧାୟିକା ସୁଜ୍ଞାନୀ ଦେଓଙ୍କ ବିୟୋଗ ରେ ଶୋକ ସଭା ହୋଇଥିଲା।

 

Leave A Reply

Your email address will not be published.