ବରଗଡ – ଦମ୍ପତି ଙ୍କର ଆଶା ଥାଏ ତାଙ୍କର ଘରେ ଛୁଆ ପିଲା ଙ୍କର ସ୍ୱର ଶୁଭୁ ।ଘରେ ଛୁଆ ଛୁଆ ଟିଏ ହେଲେ ମାଁ , ବାପା , ପରିବାର ର ଅନ୍ୟ ସଦସ୍ୟ ମାନେ ଅତ୍ୟନ୍ତ ଖୁସି ହେଇଥାନ୍ତି । ଛୋଟ ଛୁଆ ମାନଙ୍କ ସାହିର ଖେଳିବାକୁ , ତାଙ୍କୁ ଟିକେ କାଖେଇବାକୁ ସନସ୍ତ ଙ୍କର ପ୍ରବଳ ଇଛା ଥାଏ । ହେଲେ ଆଜି ପାଇକମାଲ ଅଂଚଳରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଅବାକ କରି ଦେଇଛି । ପ୍ରାପ୍ତ ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭିନବ ଘାଟନ । ନିଜ ପୁଅକୁ କଚାଡି ମାରିଛି ବାପା । ପ୍ରାପ୍ତ ସୂଚନା ଅନୁଯାୟୀ ଚେରଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ନହୁଏ ପିତା – ମାଲୁ ଭୁଏ ଗତ ରାତିରେ ଅତ୍ୟଧିକ ମାତ୍ରାରେ ମଦ ପିଇ ଘରକୁ ଆସିଥିଲେ । କୌଣସି କାରଣ ବଶତଃ ଘରେ ପାଟିତୁଣ୍ଡ ହେବା ସହ ଅତ୍ୟଧିକ ରାଗିଯାଇ ନିଜ ପାଞ୍ଚ ମାସର ପୁଅକୁ ତଳେ କଚାଡି ଦେଇଥିଲେ । ତାଙ୍କ ଘର ଲୋକ ସଙ୍ଗେ ସଙ୍ଗେ ପୁଅକୁ ପଦ୍ମପୁର ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନେଉଥିବା ସମୟରେ ରାସ୍ତାରେ କଅଁଳ ଶିଶୁର ଜୀବନ ଚାଲିଯାଇଥିଲା । ବର୍ତ୍ତମାନ ସମୟରେ ହେମନ୍ତ କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପାଇକମାଳ ପୋଲିସ ବୋଲି ସୂଚନା ଦେଇଛନ୍ତି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ।