ପଶୁ ଡାକ୍ତର ଆନ୍ଦୋଳନ: ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ !

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଶୁ ଡାକ୍ତର ମାନଙ୍କର ଆନ୍ଦୋଳନର ପ୍ରଭାବ , ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ପଶୁ,ପକ୍ଷୀ। ସମଗ୍ର ରାଜ୍ୟ ରେ ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ମାନେ ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନରେ ବସିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି ପଶୁ ପକ୍ଷୀ ଙ୍କ ଉପରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ବଭିନ୍ନ ପ୍ରକାର ପ୍ରାଣୀ ତଥା ଗାଈ ଗୋରୁ, ଛେଳୀ, କୁକୁଡା ଆଦି ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି ଅଂଚଳ ବାସୀ, ହେଲେ ଗତ ୨୨ ଦିନ ଧରି ସମସ୍ତ ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ମାନେ ଆନ୍ଦୋଳନ ରେ ଥିବାରୁ ସେମାନେ ତାଙ୍କ ସମସ୍ତ କାର୍ଯ୍ୟ ବନ୍ଦ କରିଛନ୍ତି। ତେବେ ଅନ୍ୟପକ୍ଷରେ ଠିକ ସମୟରେ ଚିକିତ୍ସିତ ନହୋଇ ପଶୁ ପକ୍ଷୀ ବର୍ତମାନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ତ ଅନ୍ୟ କେତେ ସ୍ଥାନରେ ଏସ.ଏଚ.ଜି. ମହିଳା ମାନେ ପଶୁ ସଂପଦ ବିଭାଗରୁ ଚାଷ କରିବା ପାଇଁ ବ୍ୟାଙ୍କ ରୁ ଋଣ ଆଣି କୁକୁଡା ଫାର୍ମ ଛେଳି ଫାର୍ମ ଆଦି ତିଆରି କରିଥିବା ବେଳେ ବର୍ତମାନ ପଇସା କେମିତି ସୁଝିବେ ଏବଂ ମରିଯାଇଥିବା କୁକୁଡା, ଛେଳିର ସବସିଡି କିପରି ପାଇବେ ଏ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ ପଦ୍ମପୁର ଉପଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.