ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ରୋଡରେ ପୁଣି ଏକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଅଞ୍ଚଳର ସୁଚିତ୍ରା ପ୍ରହରାଜ ନିଜର ନବନିର୍ମିତ ଘରକୁ ତାଲା ପକାଇ ନିକଟସ୍ଥ ବାପ ଘର ଅଚ୍ୟୁତରାଜପୁର ଗ୍ରାମରେ ରହି ଆସୁଛନ୍ତି।ତେବେ ଆଜି ଉକ୍ତ ଘରର କବାଟ ଖୋଲାଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଜାଣିବାକୁ ପାଇ ନିଜ ଘରକୁ ଯାଇଥିଲେ। ଘର ଖୋଲି ଦେଖିଲା ବେଳକୁ ଘରୁ ଚୋରି ହୋଇଥିବାର ସୁଚିତ୍ରା ଜାଣିବାକୁ ପାଇଥିଲେ। ଘର ଆସବାବପତ୍ର ସମେତ ରୁପାର ପୂଜା ସାମଗ୍ରୀ ଚୋରି ହୋଇଥିବା ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଏ ନେଇ କେସ ନମ୍ବର ୭୫/୨୪ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପାଞ୍ଚ ଦିନ ପୂର୍ବେ ଉକ୍ତ ସ୍ଥାନରେ ସମାନ ଢଙ୍ଗରେ ଆଉ ଏକ ଚୋରି ହୋଇଥିଲା। ତେବେ ଉକ୍ତ ଚୋରି ମଧ୍ୟ ସେହିଦିନ ରାତିରେ ସମାନ ଦୁର୍ବୁତ୍ତଙ୍କ ଦ୍ୱାରା ହୋଇଥିବା ପୋଲିସ ଅନୁମାନ କରୁଛି।
Sign in
Sign in
Recover your password.
A password will be e-mailed to you.