ନୂଆ ଓ – ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀମନ୍ଦିର ପ୍ରକଳ୍ପ ର ଉଦଘାଟନ ପରିପ୍ରେକ୍ଷି ରେ ତିନିଦିନ ଧରି ଚାଲି ଆସୁଥିବା ନୂଆ ଓ – ଓଡିଆ ସାହିତ୍ୟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଗୋପାଳ ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଚନ୍ଦନା ପଣ୍ଡା ମଞ୍ଚାସିନ ଥିଲେ। ନୂଆ ଓ -ଓଡିଆ ସାହିତ୍ୟ ପ୍ରତିଯୋଗିତା ର ସଂଯୋଜକ ତଥା ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଅଧ୍ୟାପକ ଗୋପାଳ ମହାରଣା ଓଡିଆ ଭାଷା ଓ ସାହିତ୍ୟ କୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ନିରନ୍ତର ପ୍ରୟାସ କରିବା ଜରୁରୀ ବୋଲି କହିଥିଲେ। ଆମ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ପାଇଁ ଆମେ ଦେଶ ବିଦେଶ ରେ ପରିଚିତ ବୋଲି କହିଥିଲେ। ଏହି ଅବସରରେ ଡାବୁଗାଁ ବ୍ଲକ ର ସାମ୍ବାଦିକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଦ୍ଦୌକନ ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ସାଧାରଣ ଜ୍ଞାନ, ସୁନ୍ଦର ହସ୍ତାକ୍ଷର, ବ୍ୟାକରଣ,ବକ୍ତୃତା, ପ୍ରବନ୍ଧ ,ଜଗନ୍ନାଥ ଭୋଜନ, ସଙ୍ଗୀତ ତଥା ଏକକ ଓ ଦଳଗତ ନୃତ୍ୟ ରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେସ, ଲିପୁନ ମାଝୀ, ପଦମନ ଭତରା, ସୁନିଲ ପରିଛା, ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ରଶ୍ମିତା ପାଢୀ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.