କଂସ ବଧ ସହ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଉଦଯାପିତ।

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- କଂସ ବଧ ସହ ରାଜ ବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ୨୦୨୪ ପରିସମାପ୍ତି ହେଇଯାଇଛି । ଦୀର୍ଘ ସାତ ଦିନ ଧରି ଗୋଇବାହଲି ମଥୁରା ନଗରୀ ଓ   କର୍ମେଲାବହାଲ ଗୋପପୁର ର ରୂପ ନେଇ ବେଶ୍ ଆଡମ୍ବର ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୋପପୁର ରେ ପ୍ରତିଦିନ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥିଲା। ଯମୁନା ତିରେ ଶ୍ରୀକୃଷ୍ଣ ଙ୍କ ପାଦ ଦର୍ଶନ କରି କୃଷ୍ଣ ବଳରାମଙ୍କ ସହ ଅକ୍ରୁର ନଗର ପରିଭ୍ରମଣ କରିଥିଲେ ଏବଂ ଗୋପି ମାନେ ନଗର ବୁଲି ଦହି ବିକ୍ରି କରିଥିଲେ ।  ଏହି ଅବସରରେ  ରଜକ ବଧ ସହ କୁବୁଜା ଉଦ୍ଧାର ହୋଇଥିଲା । କୃଷ୍ଣ ବଳରମ ଦରବାର  ଶିବଧନୁ ଭଗ୍ନ ସହ ମହାରାଜ କଂସଙ୍କ ସହିତ ରଣ ଯୁଦ୍ଧ ହୋଇଥିଲା । ଯୁଦ୍ଧ ରେ କଂସ ବଧ  ସହ  ମଥୁରା ରାଜ୍ୟ ରେ ଉଗ୍ରସେନ ଙ୍କ ରାଜ୍ୟଭିସେକ ହୋଇଥିଲା । ଉକ୍ତ ରାଜ ଦରବାର ରେ ଧନୁଯାତ୍ରା ସଭାପତି ଭୋଜରାଜ ସିଂ ବରିହା, ପୂର୍ବତନ ବରଗଡ଼ ସାଂସଦ ଡଃ ପ୍ରଭାସ ସିଂ , ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ହୃଦାନନ୍ଦ ବାରିକ, ରାଜେନ୍ଦ୍ର ରାଉତ, ରାଜୁ ଘିବେଲା ସମେତ ଅନେକ ରାଜ ଅତିଥି ଯୋଗ ଦେଇଥିଲେ । ପରେ ଦରବାର ରେ ଜଳଜୀବି ଅନୁଷ୍ଠିନ ବରଗଡ଼   ଓ ସଂସ୍କୃତି ଏକାଡେମୀ ଖୋର୍ଦ୍ଧା  ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଧନୁଯାତ୍ରା ରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା, ଅପେରା , ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ଙ୍କ ଜନସମାଗମ ହୋଇଥିଲା ।

Leave A Reply

Your email address will not be published.