ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ମା କଙ୍କାଳୁଣି ପୌଷ ମଣ୍ଡେଇ ଯାତ୍ରା ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରତି ବର୍ଷ ପୌଷ ପୂର୍ଣ୍ଣମୀ ପରେ ଚିକିଲି ଗ୍ରାମରେ ପାରମ୍ପାରିକ ପୌଷ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଖ ପାଖ ପ୍ରାୟ ୧୫ ଖଣ୍ଡ ଗ୍ରାମ ର ଦେବାଦେବୀ ସହ ଲାଠି,ପାଲିଙ୍କି ଓ କୁର୍ସୀ ତଥା ଶିରା ପୂଜାରୀ ଏହି ମଣ୍ଡେଇ ପର୍ବ ରେ ଆସିବା ପରେ ଗ୍ରାମ ର ମା କଙ୍କାଲୁଣି ପୀଠରେ ପୂଜାର୍ଚ୍ଚନା ପରେ ଦେବାଦେବୀ ବିଭିନ୍ନ ଅଭୂଷଣ ପରିଧାନ କରି ଲାଠି କୁର୍ସୀ ସହ ଗ୍ରାମ ପରିକ୍ରମା କରିଥିଲେ । ଏହି ମଣ୍ଡେଇ ଯାତ୍ରାରେ ଭୀମା, ଚାଉଁରିଆ, ପେଣ୍ଡରାଣି, ମା ସନାଦେଇ, ଦୂଲ୍ଲାର ଦେଇ, ଓ ଭୈରବୀ ଆଦି ଦେବତା ସାମିଲ ହୋଇ ପରିକ୍ରମା କରିଥିଲେ। ଗାଁ ରେ ସୁଖ ଶାନ୍ତି,ଓ ସମୃଦ୍ଧି ପ୍ରାପ୍ତ ତଥା ଭଲ ଚାଷ ଅମଳ ପାଇଁ ପ୍ରତିବର୍ଷ ଚିକିଲି ଗ୍ରାମ ରେ ମା କଙ୍କାଳୁଣି ଙ୍କ ଏହି ପୌଷ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ବିଭିନ୍ନ ଗ୍ରାମ ରୁ ଆସିଥିବା ଦେବାଦେବୀ ଙ୍କୁ ଅତି ନିକଟରୁ ଦର୍ଶନ କରିବା ସହ ବହୁ ସଂଖ୍ୟାରେ ଭକ୍ତ ଆଶୀର୍ବାଦ ଗ୍ରହଣ କରିଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ ଚିକିଲି ପରିଚାଳନା କମିଟି ତରଫରୁ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମି ଥିଲା। ଏହି ପୌଷ ମଣ୍ଡେଇ ଯାତ୍ରା ରେ ଅତିଥି ଭାବେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, କଂଗ୍ରେସ ଜୋନ ୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଚିକିଲି ଗ୍ରାମ ର ତୁଳାରାମ ପୂଜାରୀ, ସଦା,ବଳରାମ, ଗଣପତ, ବୁଦନ,ହରି, ଜଗବନ୍ଧୁ ମାଝି,ସ୍ଵାଧୀନ ପଟ୍ଟନାୟକ, ପୁସୁ ମାଝୀ, ରାମାନିଧୀ, ଡମୁ, ପଦମୁ, ଧରମ ସିଂ ହରିଜନ, ଲଖମୁ ଓ ମୁକୁନ୍ଦ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.