ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ କମ୍ୟୁନିଟି ହେଲଥ ଅଫିସର ଶ୍ରୀ ଦୀପକ ସାହୁଙ୍କ ସଂଯୋଜନାରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ତଥା ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ସାହୁ କର୍କଟର କାରଣ ଓ ନିରାକରଣ ଉପରେ କିଛି ବକ୍ତବ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ କର୍କଟ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶ୍ରୀମତୀ ନନ୍ଦିନୀ ମିଶ୍ର, ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ଶ୍ରୀ ସୁରେଶ ପଟେଲ। ଶେଷରେ ଶ୍ରୀ ଲେଖ୍ରୂ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.