ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅବଦାନ କୁ ସଫଳ କରିଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା : ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମ ଉଦ୍‌ଘାଟିତ l

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସନ୍ନିକଟ ଚିତ୍ରୋତ୍ପଳା ନଦୀ ତଟରେ ଥିବା ଗୋଖରା ପଡ଼ିଆରେ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତଥା ଯୁବ ସଂଗଠକ ନୃସିଂହଚରଣ ମୁଦୁଲିଙ୍କ ନେତୃତ୍ୱରେ ଜନାର୍ଦ୍ଦନପୁର ଶନି ବଜାର ନିକଟରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଆସି ଏହି ଷ୍ଟାଡ଼ିୟମକୁ ଉଦଘାଟନ କରିଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଶ୍ରୀ ବେହେରା ଯୋଗ ଦେଇ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ପ୍ରୟାସ ଏଠାରେ ବାସ୍ତବ ରୂପ ନେଇଛି । ଏହି ଷ୍ଟାଡ଼ିୟମରେ ଗ୍ରାମାଞ୍ଚଳରୁ ବହୁ ପ୍ରତିଭାବାନ୍ ଖେଳାଳୀ ବାହାରି ରାଜ୍ୟ ତଥା ଦେଶରେ ଖେଳାଳୀ ରୂପେ ନିଜକୁ ପରିଚିତ କରିପାରିବେ ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ସରପଞ୍ଚ ସସ୍ମିତା ମହାନ୍ତି, ସରପଞ୍ଚ ସ୍ୱାଧୀନ ଭୂୟାଁ, ପୂର୍ବତନ ସରପଞ୍ଚ ସରୋଜ ବେହେରା, ସରପଞ୍ଚ ଅନନ୍ତ କର, ରମାକାନ୍ତ ବେହେରା,ସୁଶାନ୍ତ ସେଠୀ, ସେକ୍ ରୁସ୍ତମ,ବିଜେଡ଼ି ନେତା ରମେଶଚନ୍ଦ୍ର ସାଇଁ, ବଳଦେବାନନ୍ଦ ଦାସ,ହିମାଂଶୁଶେଖର ଦାସ,ଗୋବିନ୍ଦ ଦାସ,ଗୋପିନାଥ ପଲେଇ, ସୁନାକର ସାହୁ,ନାରୀ ନେତ୍ରୀ ନନ୍ଦିନ ନାୟକ, ସଂଯୁକ୍ତା ଭୂୟାଁ, ପଦ୍ମାବତୀ ସାହୁ, ଭୈରବ ଜେନା, ଅମୂଲ୍ୟ ମହାନ୍ତି, ରମେଶ ମହାପାତ୍ର, କ୍ଷୀରୋଦ ରାଉତ,ବବି ସିଂ, ଦର୍ଶନ ନାୟକ, ବିଷ୍ଣୁଚରଣ ଦାସ,ଭୌରବ କାଷ୍ଟ, ଅମୀୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଯୁବନେତା ନୃସିଂହଚରଣ ମୁଦୁଲି ସ୍ୱାଗତ ଭାଷଣ ଓ ଅତିଥୁ ପରିଚୟ ପ୍ରଦାନ କରିଥିଲା ବେଳେ ବିଜେଡ଼ି ବ୍ଳକ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.