ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ତରଫରୁ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪” ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ କର୍ତ୍ତବ୍ୟ ବୋଧ ଉପରେ ଆଧାରିତ ଆଲୋଚନା ଚକ୍ରରେ ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ନନ୍ଦିତା ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଟ ସାମ୍ବାଦିକ ତଥା ଭାଷାବିତ୍ ଶ୍ରୀଯୁକ୍ତ ଶିଶିର ପଟ୍ଟନାୟକ, କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ.ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଡାକ୍ତର ତଥା ଭାଷାବିତ୍ ସତ୍ୟ ନାରାୟଣ ପଟ୍ଟନାୟକ, ସାମ୍ବାଦିକ ଅରୁଣ କୁମାର ଷଢ଼ଙ୍ଗୀ, ହବାକ୍ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ କେଶବ ପ୍ରଧାନ ପ୍ରମୂଖ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ହବାକ୍ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଳିଙ୍ଗ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା ସଦସ୍ୟା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପରିଷଦ ତରଫରୁ ଅତିଥିବୃନ୍ଦଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ସହ ମହାପୁରୁଷମାନଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ ପରେରେ ” ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଏକତ୍ର ଗାନ କରାଯାଇଥିଲା । ମଞ୍ଚାସୀନ ଅତିଥିବୃନ୍ଦ ଓଡ଼ିଆ ଭାଷା ସାହିତ୍ୟର ବିକାଶ, ସୁରକ୍ଷା ଓ ଭବିଷ୍ୟତ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟ ବସ୍ତୁ ଉପରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୪ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁକ୍ତା ପ୍ରକଳ୍ପ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ଅତିଥି ବୃନ୍ଦଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଷଦ କର୍ମଚାରୀ ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକେଶ ରଞ୍ଜନ ନାୟକ, ପଙ୍କଜ ବେହେରା, ପ୍ରଦୀପ କୁମାର ଶତପଥୀ, ସୁନ୍ଦରା ସୋରେନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଚିନ୍ମୟ ଜେନା, ବିବେକାନନ୍ଦ ସାମଲ, ସୁଦୟ ବେହେରା ପ୍ରମୁଖ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.