ଜଗତସିଂହପୁର,ତା-୦୨.୦୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଳିକା ଭଲିବଲ ଟିମ ନୂଆ- ଓ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ରନର୍ସ ଅପ ହାସଲ କରିଛନ୍ତି।ଏହି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କିଟ ବିଶ୍ୱବିଦ୍ୟାଳୟ ରେ ଜାନୁଆରୀ 30 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 2 ତାରିଖ ରେ ଶେଷ ହୋଇଛି।ଆଜି ଖେଳାଯାଇଥିବା ଫାଇନାଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ହାସଲ କରି ରନର୍ସ ଅପ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ରନର୍ସ ଅପ ହୋଇ ସେମାନେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ହାସଲ କରିଛନ୍ତି।ତାଙ୍କର ସଫଳତାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଓ ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ମହିଳା ଭଳିବଲ ଦଳଙ୍କୁ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.