ଦୁଆରଶୁଣି ଘାଟି ରାସ୍ତାର ପ୍ରଶସ୍ତିକରଣ ଦାବିରେ ଭଞ୍ଜ ସେନା ପକ୍ଷରୁ ରାସ୍ତା ଅବରୋଧ

0 2

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟରାଜପଥ ଦୁଆରଶୁଣି ଘାଟି ରାସ୍ତା ମରଣଜନ୍ତା ପାଲଟି ଥିବା ବେଳେ ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟ ରେ ଭାଞ୍ଜସେନା ପକ୍ଷରୁ ଘାଟି ରାସ୍ତା ଅନିର୍ଦ୍ଦିଷ୍ଟ କାଳପାଇଁ ଅବରୋଧ କରିଥିଲେ । ସୂଚନା ଅନୁସାରେ ଅଣଓସାରିଆ ଘାଟିରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଅନେକ ନିରୀହ ଲୋକ ମାନଙ୍କ ଜୀବନ ଗଲାଣି। ଆଜିକୁ ଦୀର୍ଘ ପ୍ରାୟ ଦୁଇ ବର୍ଷ ହେବ ଭଞ୍ଜସେନର କର୍ମକର୍ତ୍ତା ମାନେ ବାରମ୍ବାର ଘାଟି ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟରେ ରାସ୍ତା ଅବରୋଧ କରିଆସୁଥିଲେହେଁ ସେହି ଦିନଠାରୁ ସରକାର ରାସ୍ତାର ପ୍ରଶସ୍ତିକରଣ କରିବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲା ବେଳେ ବର୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରି ଲା ନାହିଁ । ତେବେ ଆଜି ପୁନର୍ବାର ଭଞ୍ଜସେନାର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାର ସଂକଳ୍ପ ନେଇ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ କରିବା ପରେ ଖବର ପାଇ ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ପହଞ୍ଚି ଯଥା ଶିଘ୍ର ଘାଟିରାସ୍ତା ପ୍ରସ୍ତିକରଣର ଲିଖିତ ପ୍ରତିଶ୍ରୁତି ଦେବାପରେ ଭଞ୍ଜସେନା ଦ୍ବାରା ରାସ୍ତା ଅବରୋଧ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ପ୍ରତିଶ୍ରୁତି ପାଳନ ହେଉଛି ନାଁ ପାଣି ର ଗାର‌ ହୋଇ ରହିଯାଉଛି ତାହା ଦେଖିବାକୁ ବାକି ରହିଲା ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.