ସାରସକଣା :: (ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ପୁରୁଷୋତ୍ତମ ମେଡିକାଲ କଲେଜର ପଇଁତିରିଶି ତମ ବାର୍ଷିକ ସମ୍ମିଳନୀ ଉତ୍ସବ ଦୟାଲ୍ ଫାର୍ମାସୀ ସମ୍ମିଳନୀ କକ୍ଷରେ ପୁରୁଷୋତ୍ତମ ଇଲୋକ୍ଟ୍ରହେମିଓ ପାଥି ମେଡିକାଲ କଲେଜରେ ପ୍ରତିଷ୍ଠାତା ତଥା ମୟୂରଭଞ୍ଜ ସଭାପତି ଡ଼କ୍ଟର ଚୂଡ଼ାମଣି ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଉପଦେଷ୍ଟା ଇଲୋକ୍ଟ୍ର ହେମିଓପାଥିକ ଡ: ସରୋଜ କୁମାର ନାୟକ, ଡ: ପବିତ୍ର କୁମାର ଘୋଷ, କଲେଜ ଅଧ୍ୟକ୍ଷ ଫକୀର ଚନ୍ଦ୍ର ଦାସ,ସଭାପତି ବାଲେଶ୍ଵର ପର୍ଶୁରାମ ସେଠି, କଲେଜ ଅଧ୍ୟାପକ ଗୋପାଳ ଚନ୍ଦ୍ର ସାହୁ ,ସାଧାରଣ ସମ୍ପାଦକ ଅଜୟ କୁମାର ସେନାପତି ସହିତ ଓଡ଼ିଶା ,ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ର ଶତାଧିକ ଇଲୋକ୍ଟ୍ରୋ ହେମିଓପାଥିକ ର ଡ଼କ୍ଟର ମାନେ ଉପସ୍ଥିତ ଥିଲେ। ପ୍ରଥମେ ଇଲୋକ୍ଟ୍ରୋ ହେମିଓର ଉଦ୍ଭାବନ କାରୀ ଡ: କାଉଣ୍ଟ ସେଜର ମେଟି ଙ୍କ ପ୍ରତି ମୂର୍ତ୍ତି ରେ ଦ୍ଵୀପ ପ୍ରଜ୍ଜ୍ୱଳନ କରି ସ୍ଵାଗତ ସଙ୍ଗୀତ ପରିବେଷଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ସରୋଜ କୁମାର ନାୟକ ଇଲୋକ୍ଟ୍ର ହୋମିଓପାଥିକ ଔଷଧ ଦ୍ଵାରା ବହୁ ଅସାଧ୍ୟ ରୋଗ ଭଲ ହେବାର ନଜିର ରହିଛି ବୋଲି କହିଥିଲେ, କଲେଜ ପ୍ରତିଷ୍ଠାତା ଡ: ଚୂଡ଼ାମଣି ପତ୍ର ଏହି ଔଷଧ ଦ୍ଵାରା କିପରି ଗରିବ ଓ ଅବହେଳତ ଲୋକମାନେ କମ୍ ଖର୍ଚ୍ଚରେ ଉତ୍ତମ ଚିକିତ୍ସା ପାଇପାରିବେ ସେ ବିଷୟରେ ଆଲୋକପାତ କରିବା ସହିତ ଅନ୍ୟସମସ୍ତ ଅତିଥି ମାନେ ଇଲୋକ୍ଟ୍ର ହୋମିଓପାଥିକ ର ଗୁଣବତ୍ତା ବିଷୟରେ ଆଲୋକପାତ କରିଥିଲେ । ତେବେ ପ୍ରତ୍ୟେକ ବର୍ଷ ମୟୂରଭଞ୍ଜ ଇଲୋକ୍ଟ୍ର ହୋମିଓପାଥିକ ସଂଘର ସଭାପତି ଡ଼: ଚୂଡ଼ାମଣି ପାତ୍ରଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରୋଗୀ ମାନଙ୍କୁ ନିଃଶୁକ୍ଳ ସେବା ରେ ଔଷଧ ଯୋଗାଇ ବିଭିନ୍ନ ପ୍ରକାର ରୋଗୀ ଙ୍କୁ ଭଲ କରିଥିବା କହିଥିବା ବେଳେ ସଭାରେ ବିଭିନ୍ନ ରୋଗର ପ୍ରତିକାରକୁ ନେଇ ଡାକ୍ତର ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଶ୍ରୀ ଚୂଡ଼ାମଣି ଦେଇଥିଲା । ଡ : ଅକ୍ଷୟ କୁମାର ସେନାପତି ମଞ୍ଚପରିଚଳନା କରିଥିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍ସବରେ କୁନିଝିଅ ର ଦୂର୍ଗା ସ୍ତୁତିମନ୍ତ୍ର ରେ ଓଡ଼ିଶୀ ନୃତ୍ୟ ପରିବେଷଣ ସମସ୍ତଙ୍କୁ ଅତ୍ୟନ୍ତ ମନ ମୁଗ୍ଧ କରି ଥିଲା ।
Sign in
Sign in
Recover your password.
A password will be e-mailed to you.