ନବରଙ୍ଗପୁର/ଅଶୋକ ସାହୁ; ଓଡ଼ିଶା ମୋଟର ଚାଳକ ସଂଘ ପାପଡ଼ାହାଣ୍ଡି ଶାଖାର ସଦସ୍ୟ ସନାତନ ସାହୁ ଙ୍କ ୨୫/୧୧/୨୦୨୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଦଶାହ କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ସାହୋଯୋଗ କରିଥିଲେ ।ଆଜି ଓଡିଶା ମୋଟର ଚାଳକ ସଂଘ ତରଫରୁ ଦିବଂଗତ ସଦସ୍ୟ ସନାତନ ସାହୁ ଙ୍କ ସହଧର୍ମିଣୀ ସୁନାମଣି ସାହୁ ଙ୍କୁ ରାଜ୍ୟ ଚାଳକ କଲ୍ୟାଣ ପାଣ୍ଠି ସହାୟତା ରାଶି କୋଡ଼ିଏ ହଜାର ଟଙ୍କା ଚେକ୍ ଆକାରରେ ରାଜ୍ୟ ସମ୍ପାଦକ ଗୁରୁ ପ୍ରସାଦ ପଣ୍ଡା ପ୍ରଦାନ କରିଛନ୍ତି ।
ଏହି ସହାୟତା ରାଶି ପ୍ରଦାନ କରାଯିବା ଅବସରରେ ପାପଡ଼ାହାଣ୍ଡି ଶାଖା ଉପ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଗୌଡ଼, ସମ୍ପାଦକ ସୁରଜିତ୍ ପଟ୍ଟନାୟକ, ସହ ସମ୍ପାଦକ ନରସିଂହ ହରିଜନ, ପରିଚାଳନା କମିଟି ସଦସ୍ୟ କୁନୁ ନାୟକ, ସିମାଞ୍ଚଳ ପାଇକ,ସଞ୍ଜୀବ କୁମାର ପଟ୍ଟନାୟକ, ପୁରସ୍ତମ ଭୂମିଆ, ଉମାକାନ୍ତ ଭତ୍ରା, ଟଙ୍କ ପଟ୍ଟନାୟକ,B. ସୁନୀଲ କୁମାର ରାଓ,V. ଶ୍ରୀନିବାସ ରାଓ, ଈଶ୍ଵର ଭତରା, ବେଣୁପାଣି ବିଷୋୟୀ, ଧନପତି ଭୁମିଆ, ଧନପତି ଭତରା ଓ ମଇଦଳପୂର ଶାଖା ସଭାପତି ଶ୍ରୀଯୁକ୍ତ ନରହରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post