ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଜିଲ୍ଲାର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା” ଉପରେ ଏକ ଦିବସିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି “ପ୍ରତିଜ୍ଞା” ମାନେ ସୁରକ୍ଷା ଆବଶ୍ୟକ କରୁଥିବା ଝିଅ ମାନଙ୍କୁ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ସୂଚନା ଦେଇ ସଶକ୍ତ କରିବା ଏବଂ ସେମାନଙ୍କ ନେତୃତ୍ବରେ ବିଭିନ୍ନ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇବା।
ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ନବକୃଷ୍ଣ ସାହୁକାର ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ର ଏନ୍ ଏସ୍ ଏସ୍ ଓ ୟୁଥ୍ ରେଡ୍କ୍ରସ ର ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗଦାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟ ପ୍ରକାଶ ବାଡତିଆ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଯଥା ଆଶୀର୍ବାଦ , ବିଜୁ ଶିଶୁ ସୁରକ୍ଷା ଯୋଜନା , ଗ୍ରୀନ୍ ପ୍ୟାସେଜ୍ ଏବଂ ପୃଷ୍ଠପୋଷକତା ସହାୟତା ଉପରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ସହଯୋଗୀ ଭାବରେ ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ବିଜୟ କେଶରୀ ପ୍ରଧାନ ଯୋଗଦେଇ ବାଲ୍ୟବିବାହର ଅପକାରିତା ଉପରେ ଆଲୋଚନା କରିବା ସହ ବାଲ୍ୟବିବାହ ନକରିବା ପାଇଁ ସ୍ବେଚ୍ଛାସେବୀ ଓ ଉପସ୍ଥିତ ସଦସ୍ୟଙ୍କ ଦ୍ବାରା ଶପଥ ପାଠ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ୟୁଥ୍ ରେଡ୍କ୍ରସ ର ସଂଯୋଜକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପ୍ରଧାନ , ଏନ୍ ଏସ୍ ଏସ୍ ର ସଂଯୋଜକ ଶ୍ରୀମତି କଳ୍ପନା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥିଲା ବେଳେ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.