୩୧ ତମ ମା’ ଶାରଳା ସ୍ପୋର୍ଟିଂ କପ୍ : ସେମିଫାଇନାଲର ପ୍ରଥମ ଦିନରେ ଯଦୁପୁର ଭୁବନେଶ୍ୱର ବିଜୟୀ

3

ଅସ୍ତରଙ୍ଗ/ଦୁଃଶାସନ ନାୟକ ,ଜାନୁଆରୀ ୨୬ ତାରିଖରୁ ଅସ୍ତରଙ୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ୩୧ତମ ମା’ ଶାରଳା ସ୍ପୋଟିଂ କପ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ୍ ରେ ଯଦୁପୁର ବିଜୟୀ ହୋଇଛି | ଟସ୍ ଜିତି ଡିସିସି କନ୍ଧମାଳ ସ୍ପୋର୍ଟିଂ ବୋଲିଂ କରିବାକୁ ନିଷ୍ପତ୍ତି ନେବାରେ ପ୍ରଥମେ ଯଦୁପୁର ଭୁବନେଶ୍ୱର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୫ ରନ ସଂଗ୍ରହ କରିଥିଲା | ଏହାର ଜବାବରେ କନ୍ଧମାଳ ସ୍ପୋର୍ଟିଂ ୨୨ ୬ ରନ ଲକ୍ଷରେ ଦ୍ଵିତୀୟ ପର୍ଯ୍ୟାୟରେ ବ୍ୟାଟିଂ କରିବାରେ ସମସ୍ତ ଉଇକେଟ ହରାଇ ୧୪୩ ରନ କରିଥିଲା | ଏହା ଫଳରେ ଯଦୁପୁର ଭୁବନେଶ୍ୱର ୮୨ ରନରେ ବିଜୟୀ ହୋଇଥିଲା | ବିଜୟୀ ଟିମ୍ ର ବିବେକ ସାହୁ ୪୬ ରନ କରିଥିଲା ବେଳେ ୪ଟି ଉଇକେଟ ହାସଲ କରିବାରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ | ଦିବ୍ୟଦର୍ଶୀ ଛାଟୋଇ ଡ୍ୟାନସିଂ ଅମ୍ପାୟାର ବବୁଲ୍ ସାହୁ ଖେଳ ପରିଚାଳନା କରିଥିଲେ | ପ୍ରକାଶ ଚନ୍ଦ୍ର ବେହେରା,ରବୀନ୍ଦ୍ର ପରିଡା ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ | ବ୍ଲକ ନିକଟସ୍ଥ ନରେନ୍ଦ୍ର ଷ୍ଟାଡିୟମରେ ଅନୁଷ୍ଠିତ ଖେଳକୁ ଉପଭୋଗ କରିବାକୁ ଗ୍ୟାଲେରୀର ଚାରିପଟେ ପ୍ରତିଦିନ ହଜାର ହଜାର ଦର୍ଶକ ରୁଣ୍ଡ ହେଉଛନ୍ତି | ଅତିଥି ଭାବେ ସମୀର କୁମାର କର, ପ୍ରଶନ୍ନ କୁମାର ଜେନା,ବିପିନ ବିହାରୀ ଦାସ, ଦୁଃଶାସନ ନାୟକ, ଲକ୍ଷ୍ମଣ ବେହେରା,ଦୀପକ ବିଶ୍ୱାଳ, ମଣ୍ଟୁ ଭୋଳ ପ୍ରଶାନ୍ତ ଭୋଳ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, କ୍ଲବର ଉପଦେଷ୍ଟା ଦିବାକର ଛାଟୋଇ,ସଭାପତି ଯୁଗଳ ମହାନ୍ତି ଯୋଗଦେଇ ଉତ୍ତମ ଖେଳ ପଦର୍ଶନ କରିଥିବା ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |

Leave A Reply

Your email address will not be published.