ଜଗତସିଂହପୁର,ତା-୩୦.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜାତି ର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ତିରୋଧାନ ଦିବସ ଉପଲକ୍ଷେ ଜିଲ୍ଲା ରେ ପାଳିତ ହୋଇଯାଇଛି ଶହୀଦ ଦିବସ। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ନୀରବ ପ୍ରାର୍ଥନା ଆୟୋଜିତ କରାଯାଇଥିଲା ।ଏହି ପବିତ୍ର ଦିନର ପ୍ରାର୍ଥନା ସଭାରେ ଶ୍ରୀ ରାଉତ ଭାରତର ସ୍ଵାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ଯ ରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ପ୍ରାର୍ଥନା ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ, ସହାୟକ ଜିଲ୍ଲାପାଳ ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା ତଥା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.