ସଂକଟରେ ଗୋସମ୍ପଦ ; ଫେବ୍ରୁୟାରୀ ୭ରେ ଧର୍ମଘଟ

3

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଚାରଣ ଭୂମି , ଗୁହାଳ ବାସ -ଚାଷର ଘୋର ଅଭାବ ଓ ୨୦ ଗୋଟି ଅଭିଯୋଗ ର ନଶୁଣିବା ପ୍ରତିବାଦରେ ଘୁମୁସରୀ ଗୋପାଳ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ଆଜି ୨୯ ତାରିଖ ସୋମବାର ୨୦୨୪ ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯାଇଥିଲା ।

ଏଥିରେ ଆଗାମୀ ଫେବ୍ରୁୟାରୀ ୭ରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ ଧର୍ମଘଟ କରିବା ପାଇଁ ପ୍ରେସ ଇସ୍ତାହାର ଦିଆ ଯାଇଅଛି I ଉକ୍ତ ସମିତିର ଉପଦେଷ୍ଟା ଶ୍ରୀ ମୁରଲୀଧର ପଣ୍ଡା ସଭାପତିତ୍ଵ କରିଥିଲେ। ଏଥିରେ ପ୍ରକାଶ କରାଯାଇଥିଲା ଯେ,ସରକାର ଙ୍କ ଯୋଜନା ବା ଚକ୍ରାନ୍ତ ଏହା ଯେ, ଘୁମୁସର ଗୋମୂକ୍ତ ଗ୍ରାମ କରିବା । ସେଥିପାଇଁ ଆଜିର ଏହି ପ୍ରେସ୍ ଇସ୍ତାହାରରେ ଘୁମୁସର ଗୋପାଳକ ସମିତିର ସମସ୍ତ ସଦସ୍ୟ ସରକାରୀ ଚକ୍ରାନ୍ତ ଉପରେ ଅଭିଯୋଗ ଆଣିଥିଲେ। ଏବଂ ଶାସନ ପ୍ରଶାସନ ଅସହଯୋଗରେ ଆମ ଗୋପାଳ ଗୋପାଳିକା ବାଧ୍ୟ ହୋଇ ଧର୍ମଘଟ କରିବା ସ୍ତିର କରିଛନ୍ତି ବୋଲି ଉକ୍ତ ସମିତି ର ପ୍ରମୁଖ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଗଣ ମାଧ୍ୟମକୁ ଜଣIଇଛନ୍ତି I ବହୁ ସାଧୁ ସନ୍ଥ, ଭଞ୍ଜନଗର ରାଜସ୍ୱ ଘୁମୁସର ଉପଖଣ୍ଡ ସମିତି ନେତା ଏଥିରେ ଯୋଗଦାନ କରିଥିଲେ। ସୋରଡା ବ୍ଲକରୁ ଜଗନ୍ନାଥ ଗୌଡ,ଶେରଗଡ ବ୍ଲକରୁ ହର୍ଷ ସାମଲ, ବେଲଗୁଣ୍ଠI ବ୍ଲକରୁ ପାଣ୍ଡବ ଗୌଡ, ଆସିକା ବ୍ଲକରୁ ସନାତନ ଜେନା, ଭଞ୍ଜନଗର ବ୍ଲକରୁ ରବିନ୍ଦ୍ର ଶତପଥୀ, ଧରIକୋଟ ବ୍ଲକରୁ ସୁଧାନନ୍ଦ ବ୍ରହ୍ମଚାରୀ, ବୁଗୁଡା ବ୍ଲକରୁ ଅରୁଣ ସାହୁ , କୁମାରଷ୍ସୁଣି ବାବା , ବ୍ରହ୍ମାନନ୍ଦ ପତି ମଞ୍ଚ ପରିଚାଳନା କରିଥିଲେ I ମୁଖ୍ୟମନ୍ତ୍ରୀ ଚିଠା ନମ୍ବର ୨୦୨୪୨(୧୪)ଓ ମିଳିତ ଅଭିଯୋଗ ପ୍ରକୋଷ୍ଠ ଭଞ୍ଜନଗରରେ ଜିଲ୍ଲାପାଳ ବାରମ୍ବାର ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ଲିଖିତ ଆଦେଶ ଦେଇଥିଲେ ସୁଧା ମଣ୍ଡଳ ଓ ତହସିଲ ସ୍ତରରେ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଗୋପାଳ ମାନେ ଅଭିଯୋଗ କରିଛନ୍ତି ।
ଆସନ୍ତା ଫେବୃୟାରୀ ୭ ତାରିଖ ରେ ଆନ୍ଦୋଳନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ,,ଜିଲ୍ଲାପାଳ ଓ ଏସପିଙ୍କୁ ଇମେଲ ମାଧ୍ୟମରେ ଉକ୍ତ ସମିତିର ଓ ଗୋପାଳ ପ୍ରତିନିଧି ଦଳ ଉପ -ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବାର ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଥିଲା I

Leave A Reply

Your email address will not be published.