ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଅନିୟମିତତା ନେଇ ଚିକିଲି ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଅନିୟମିତତା ନେଇ ଆଜି ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ଠୁଙ୍କିଛନ୍ତି। ଏକ ଦାବୀପତ୍ର ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦାବୀ ପତ୍ରରେ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ସହ ୪ ଜଣ ଶିକ୍ଷକ ଥିବା ବେଳେ କେହି ମଧ୍ୟ ଠିକ୍ ସମୟରେ ବିଦ୍ୟାଳୟ କୁ ଆସୁ ନାହାନ୍ତି। ବିଦ୍ୟାଳୟ ଛୁଟି ପୂର୍ବରୁ ଚାଲି ଯାଉଛନ୍ତି। ପିଲାଙ୍କୁ ପାଠ ପଢାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଏସ ଏଚ ଜି ମାଧ୍ୟମରେ ଚାଲିଥିବା ମଧ୍ୟାହ୍ନ ଭୋଜନ ଠିକ୍ ରେ ପିଲାଙ୍କୁ ଦେଉ ନାହାନ୍ତି । ବିଦ୍ୟାଳୟ କୁ ଆସୁଥିବା ଗ୍ରାଣ୍ଟ ଟଙ୍କା ସଠିକ୍ ଭାବେ ପରିଚାଳନା ହେଉ ନାହିଁ। ଅଭିଭାବକ ବୈଠକ ରେ ଗ୍ରାମବାସୀଙ୍କୁ ଅବଗତ କରାଯାଉ ନାହିଁ। ତେଣୁ ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଇ ନୂତନ ଶିକ୍ଷକ ଙ୍କୁ ଏହି ବିଦ୍ୟାଳୟ କୁ ଅଣା ଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ଅଛି। ସୂଚନା ଥାଉ କି ଚିକିଲି ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୭୧ ପିଲା ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ତେବେ ଗତ ୨୦୨୩ ମସିହା ଜୁଲାଇ ୧ ତାରିଖ ଶନିବାର ଦିନ ଛୁଟି ପୂର୍ବରୁ ଏହି ବିଦ୍ୟାଳୟ ର ତିନି ଜଣ ଶିକ୍ଷକ ଚାଲି ଯାଇଥିବାରୁ ସେମାନଙ୍କ ଉପରେ ବିଇଓ ଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣା ପଡ଼ିଛି। ଆଜି ଚିକିଲି ଗ୍ରାମବାସୀ ବିଦ୍ୟାଳୟ ରେ ତାଲା ଠୁଙ୍କିବା ପରେ ବିଆରସିସି ଭଗବାନ ମାଝୀ , ସିଆରସିସି ପ୍ରସନ୍ନ ଦଣ୍ଡସେନା ପିଲାଙ୍କ ଭବିଷ୍ୟତ ତଥା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ବିଦ୍ୟାଳୟ ରୁ ତାଲା ଖୋଳିବା ପାଇଁ ନିବେଦନ କରିଥିଲେ ସୁଦ୍ଧା ଗ୍ରାମବାସୀ ତାଙ୍କ ଜିଦ୍ ରେ ଅଟଳ ରହିଥିଲେ। ସମସ୍ତ ୪ ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ପରେ ବିଦ୍ୟାଳୟ ରୁ ତାଲା ଖୋଲାଯିବ ବୋଲି କହିଥିଲେ। ଯୋ ଦ୍ଵାରା ଆଜି ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଆଜି ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କ ଉଦ୍ଦେଶ୍ୟରେ ଏବିଇଓ ସନ୍ତୋଷ କୁମାର ସାହୁ ଙ୍କୁ ଗ୍ରାମବାସୀ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଗ୍ରାମ ର ଜଗବନ୍ଧୁ ନାୟକ, ଈଶ୍ୱର ଗାଣ୍ଡା, ତ୍ରିନାଥ ଗୌଡ଼, ପଦ୍ମା ହରିଜନ, ତୁଳାରାମ ପୂଜାରୀ, ରାମାନିଧି ଗୌଡ଼, ବଳରାମ ପୂଜାରୀ, ଲଚୁ ମାଝୀ, ନାଡୁ ଗୌଡ଼, କରମା ହରିଜନ, କମଳସାଏ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.