କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉପଡା ଗ୍ରାମ ପଞ୍ଚାୟତର ସଂଗତ ମଠ ପରିସରରେ କଂଗ୍ରେସ ପକ୍ଷରୁ ଶିଶୁ ପ୍ରତିଭା ଅନ୍ୱେଷଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାଟକୁରା କଂଗ୍ରେସ ନେତା ଡ.ରତିକାନ୍ତ କାନୁନଗୋ ଯୋଗଦେଇ ଆଗାମୀ ଦିନରେ ପାଟକୁରାରେ କଂଗ୍ରେସକୁ ତୃଣ ମୂଳ ସ୍ତରରେ ସୁଦୃଢ କରିବାକୁ ଦୃଢ଼ ସଂକଳ୍ପ ନେବାକୁ ହେବ ବୋଲି କହିଥିଲେ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କଂଗ୍ରେସର କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।କଂଗ୍ରେସ ଶାସନରେ ବିଭିନ୍ନ ଯୋଜନା ମାନ ମାଧ୍ୟମରେ ପ୍ରତ୍ୟେକ ବିକାଶ ଉପରେ ଗୁରୁତ୍ୱ ଦେଉଥିଲା । କିନ୍ତୁ ସେ ସବୁ ଯେପରି ଏବେ ଠପ ହୋଇଯାଇଛି l ବିଜେଡି ବିଜେପି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ନିଜ ନିଜ ମଧ୍ୟରେ ସନ୍ଧି କରି ସାଧାରଣ ଲୋକ ମାନଙ୍କୁ ଭୁଆଁ ବୁଲାଇ ବିକାଶ ନାମରେ କୋଟି କୋଟି ଟଙ୍କା ହଡପ କରି ସାଧାରଣ ଲୋକଙ୍କ ଉପରେ ଋଣ ଭାର ଲଦି ଦେଇଛନ୍ତି ଯାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି l ଦୀର୍ଘ ୨୫ ବର୍ଷର ଶାସନ କାଳ ମଧ୍ୟରେ ଜନସାଧାରଣଙ୍କ ଉପରେ କେବଳ ଋଣର ବୋଝ ନଦି ଦେଇଛି ବିଜେଡି ସରକାର ।କଂଗ୍ରେସ ଆସିଲେ ଦୁର୍ନୀତିକୁ ପ୍ରଶୟ, ପିସି କାରବାର ସାଧାରଣ ଲୋକଙ୍କୁ ଶୋଷଣ ସହ ବିକାଶର ପ୍ରତିଶୃତି ଦେଇ ଭଣ୍ଡାଇ ରଖିଥିବା ବିଜେଡି ସରକାରର ଅସଲି ମୁଖା ପଦାକୁ ଆସିବା କଥା ସେ କହିଥିଲେ । ଜନସାଧାରଣ ବୁଝି ସାରିଲେଣି ଏଥର ପାଟକୁରାରେ କଂଗ୍ରେସକୁ ବିଶ୍ୱାସକୁ ନେଇ ସମର୍ଥନ ଜଣାଇ ଆଗାମୀ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧାଇବେ ବୋଲି ସେ ଦୃଢ଼ୋକ୍ତି କରିଥିଲେ । ସଭା ଶେଷରେ କୁନି କୁନି ପିଲାମାନେ ନୃତ୍ୟ ଓ ଗୀତ ପରିବେଷଣ କରି ସେମାନଙ୍କ ପ୍ରତିଭା ଦେଖାଇ ସମ୍ମାନିତ ହୋଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ଆଚାର୍ଯ୍ୟ,ପାଟକୁରା ନେତା ଡ.ରତିକାନ୍ତ କାନୁନଗୋ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନନ୍ତ ଚରଣ ପାତ୍ର ,ରଶ୍ମିତା ମହାନ୍ତି, ଚିନ୍ମୟ ବେଉରା,କୁଳମଣି ରାଉତ,ଉମେଶ ଚନ୍ଦ୍ର ତ୍ରିପାଠୀ,ରବୀନ୍ଦ୍ର ପ୍ରଧାନ,ଶିବ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ଉଦବୋଧନରେ କାଉପଡ଼ା ପଞ୍ଚାୟତର ଶତାଧିକ ଜନସାଧାରଣ କଂଗ୍ରେସରେ ଯୋଗଦାନ କରିଥିଲେ ।ପୁରୋଖା କଂଗ୍ରେସ କର୍ମୀମାନେ ଆଜି ଦଳରେ ଯୋଡ଼ି ହୋଇ ବନ୍ଧୁମିଳନ ଉତ୍ସବ ପାଳନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ର ପ୍ରଧାନ ଓ ଶିବ ବାବୁ ପ୍ରମୁଖ ପରିଚାଳନା କରିଥିଲେ।
ପାଟକୁରାରେ ଧୀରେ ଧୀରେ କଂଗ୍ରେସକୁ ବିଶ୍ୱାସକୁ ନେଇ ବହୁ ସଂଖ୍ୟକ ଜନସାଧାରଣ କଂଗ୍ରେସ ମୁଂହା ହେବାର ଦେଖି ବିରୋଧୀ ଛାନିଆ ହେଲେଣି ବୋଲି ଚର୍ଚ୍ଚା ଜୋର ଧରିଲାଣି।ଯାହାକି ଆଗାମୀ ନିର୍ବାଚନ ଆହୁରି ରୋମାଞ୍ଚକ ହେବ ବୋଲି ସ୍ପଷ୍ଟ ଜଣାପଡୁଛି ।
Sign in
Sign in
Recover your password.
A password will be e-mailed to you.