ପାଇକମାଳ ହାଇସ୍କୁଲ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ବିଜେତାଙ୍କୁ ସମ୍ବର୍ଦ୍ଧନା l

0 3

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ରେ ପାଇକମାଳ ବ୍ଲକ ର ସମସ୍ତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଜେତାଙ୍କୁ ଗୋଷ୍ଠୀ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବି.ଇ.ଓ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବି.ଡି.ଓ ପ୍ରଫୁଲ୍ଲ କୁମାର ଓଦୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବିଜେତା ମାନଙ୍କୁ ପୁଷ୍ପଗୁଚ୍ଛ ,ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ରାଜ୍ୟ ସ୍ତରରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ପାଇକମାଳ ହାଇସ୍କୁଲ , ସର୍ବଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ସହ ଏସ.ଏମ.ଡି.ସି , ରାଜ୍ୟ ପୁରସ୍କାର ବିଜେତା ବିଜ୍ଞାନରେ ଜ୍ୟୋତିର୍ମୟୀ ପଟ୍ଟନାୟକ,ସାମାଜିକ ବିଜ୍ଞାନ ରେ ଆଦ୍ୟାଶା ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଜିଲ୍ଲା ସ୍ତର ପୁରସ୍କାର ର ମାତୃଭାଷା ପାଇଁ ଅନିମା ରାଉତ,ଇଂରାଜୀ ପାଇଁ ବବିତା ବେହେରା,ତୃତୀୟ ଭାଷା ପାଇଁ ତ୍ରିଲୋଚନ ନାୟକ,ରମାଇଁ ଚରଣ ଦାସ,କଳ୍ପନା ସାହୁ,ଗଣିତ ବିଷୟ ପାଇଁ ଲଲିତ କୁମାର୍ ବିଶ୍ଵାଳ ଓ ମଣ୍ଟୁ ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆସନ୍ତା ଜାନୁୟାରୀ ୩୧ ତାରିଖ ଦିନ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଉପରୋକ୍ତ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ କରାଯିବ l ଏ.ବି.ଇ.ଓ ଧଲେନ୍ଦ୍ର କୁମାର ବାରିକ ସମ୍ବର୍ଦ୍ଧନା ପରିଚାଳନା ତଥା ଏ.ବି.ଇ.ଓ. ରାଧେଶ୍ୟାମ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave A Reply

Your email address will not be published.