ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାଇସିଲେଟ ଶିଶୁ ବିକାଶ କାର୍ଯ୍ୟାଳୟ ଓ କ୍ରାଏ ସହାୟତା ରେ ପଲ୍ଲୀ ଆଲୋକ ପାଠାଗାର ବରଗଡ଼ ପକ୍ଷରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ପରିଦର୍ଶିକା ଧରିତ୍ରୀ ପ୍ରଧାନ ଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଅର୍ପିତା ପଣ୍ଡା, ୱାର୍ଡ ସଭ୍ୟ ପ୍ରଫୁଲ୍ଲ ପଣ୍ଡା, ମହିଳା ସ୍ବାସ୍ଥ୍ୟ କର୍ମୀ ସୂର୍ଯ୍ୟକାନ୍ତି ବରିହା, ସ୍ବାସ୍ଥ୍ୟ କର୍ମୀ ପ୍ରଣୟ କୁମାର ପ୍ରଧାନ ଯୋଗ ଦେଇ ନାରୀ ନିର୍ଯାତନା, ଶିଶୁ ଶ୍ରମିକ ଏକ ଦଣ୍ଡନୀୟ ଅପରାଧ, କିଶୋରୀଙ୍କ ପୃଷ୍ଟି ସାଧନ,କିଶୋରୀ ଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା, ବାଲ୍ୟ ବିବାହ କୁ ରୋକିବା ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ସଚେତନ କରିଥିଲେ।
ଏହାପରେ ସମସ୍ତ କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ନାଚ,ଗୀତ ଓ ଡ୍ରାମା ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ବାଳିକା ମାନଙ୍କୁ ସାଟିଫିକେଟ ସହ ବିଭିନ୍ନ ଉପକରଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋବିନ୍ଦ ଚନ୍ଦ୍ର ବିଶି, ରଶ୍ମିତା ବାରିକ, ପ୍ରହଲ୍ଲାଦ ପ୍ରଧାନ, ପ୍ରଶାନ୍ତ କୁଅଁର ଅଙ୍ଗନୱାଡ଼ି କର୍ମୀ ଯଶୋଦା ବରିହା,ସରସ୍ଵତୀ କର୍ଣାଲ, ସ୍ନେହଲତା ମିଶ୍ର, ଉଦିଆଁ ବରିହା,ଅମିଲା କୁମ୍ଭାର,କଳ୍ପନା ସାହୁ, ସମାରି ପାଧାନ, ରିତା ପଧାନ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.