ବେଆଇନ୍ ଦେଶି ମଦ ତିଆରି ଉପରେ ଚଢାଉ ।

0 2

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ସ୍ଥିତ ଖଡିଆସୋଲ ଜଙ୍ଗଲ  ରେ ବେଆଇନ ମଦ ତିଆରି ଚାଲିଥିବା  କୌଣସି ସୂତ୍ରରୁ ଖବର ପାଇ  ହଠାତ୍ ଚଢ଼ଉ କରିଥିଲା,  ଝାରପୋଖରିଆ ପୋଲିସ ,ପ୍ରାୟ ୧୫୦ ଲି ଦେଶୀ ମଦ ଜବତ କରିବା ସହିତ ଆନୁମାନିକ ୧୫୦୦ ଲିଟର  ମହୁଲ ପୋଚ ନଷ୍ଟ କରାଯାଇଥିଲା।ପ୍ରାୟ ୫୦ ରୁ ଅଧିକ ପ୍ଲାଷ୍ଟିକ ଜାର୍କିନ ଓ ଅନ୍ୟାନ୍ୟ ମଦ ତିଆରି ସରଞ୍ଜାମ ଜବତ କରିଛନ୍ତି, ତେବେ କୌଣସି ସୂତ୍ରରୁ ଖବର ପାଇ ଆସାମୀ ଖସି ଯିବାରେ ସଫଳ ହୋଇଥିଲେ। ଝାରପୋଖରିଆ ଥାନା କେସ୍ ନୋ, ୨୭/୨୪ ଏକ ମାମଲା ରୁଜୁ କରି,  ଆସାମୀ ଙ୍କୁ ଠାବ କରାଯାଇ ଖୁବ୍ ଶୀଘ୍ର ଧରାଯିବ। ବୋଲି ଝାରପୋଖରିଆ ଥାନା ଭାରପାପ୍ତ ଅଧିକାରୀ ପ୍ରକାଶ କହିଛନ୍ତି ।  ପୋଲିସ ବହୁତ ଦିନ ରୁ ଚୁପ୍ ବସିଥିଲା ବେଳେ ଆଜି ହଠାତ୍ ଚଢ଼ାଉ ରେ ବେଆଇନ ଦେଶି ଭାଟି ଚଲାଉ ଥିବା ମାଲିକ ମାନଙ୍କୁ କକୁଆ ଭୟ ସୃଷ୍ଟି ହେବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.