ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ରେ ଯୋଗଦାନ କଲେ ସୁନ୍ଦରଗଡ଼ ର ପୂଜକ ଓ ଟ୍ରଷ୍ଟି

0 2

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ଲୋକାର୍ପିତ ହୋଇଯାଇଅଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ। ଶହ ଶହ ପଣ୍ଡିତ, ସାଧୁ ସନ୍ଥ ଙ୍କ ଗହଣ ରେ ଯଜ୍ଞ ,ହୋମ ଓ ମନ୍ତ୍ର ଧ୍ଵନି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି ଏହି ପ୍ରକଳ୍ପ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଜିଲ୍ଲାରୁ ସାତ ଗୋଟି ମନ୍ଦିର ରୁ ଦୁଇ ଜଣ ଲେଖାଏଁ ପୂଜକ/ଟ୍ରଷ୍ଟି ଯୋଗ ଦେଇଥିଲେ। ସୁନ୍ଦରଗଡ଼ ର ଏହି ସ୍ବତନ୍ତ୍ର ଦଳ କୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଗୁପ୍ତା, ପାନପୋଷ ମା ତାରିଣୀ ମନ୍ଦିର ରୁ ପୂଜକ ଶ୍ରୀ ଅଖିଳ ଦାସ ଓ ଟ୍ରଷ୍ଟି ଶ୍ରୀ କୀର୍ତ୍ତନ ସାମଲ, ବୀରମିତ୍ରପୁର ର ରାଣୀସତୀ ମନ୍ଦିର ରୁ ଟ୍ରଷ୍ଟି ନମନ୍ କୁମାର ତୁଲ୍ସୀୟାନ ଓ ଦେବାନ୍ସ ଅଗ୍ରୱାଲ, ସୁନ୍ଦରଗଡ଼ ସ୍ଥିତ ସମଲେଇ ମନ୍ଦିର ରୁ ଧନଞ୍ଜୟ ଦେହୁରୀ ଓ କୃପାନିଧି ଦେହୁରୀ, ଲେଫ୍ରିପଡ଼ା ସର୍ଗିପାଲି ସମଲେଇ ମନ୍ଦିର ର ପୂଜକ ମଙ୍ଗଳ ପ୍ରସାଦ ମାଝୀ ଓ ସଂଗ୍ରାମ ସିଂ, ବନଦୁର୍ଗା ମନ୍ଦିର ରୁ ହୃଷୀକେଶ ରାଉତ ଓ ହୃଦା ନନ୍ଦ ଜେନା ପ୍ରମୁଖ ଥିଲେ। ମା ସମଲେଇ ଙ୍କ ପାଇଁ ସୁନ୍ଦରଗଡ଼ ର ଏହି ସବୁ ମନ୍ଦିର ରୁ ମାଟି , ପାଣି ତଥା ଧ୍ଵଜା ଅର୍ପଣ କରାଯାଇଥିଲା। ଏହି ସ୍ବତନ୍ତ୍ର ଦଳ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନା ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.