ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା କାଲି ଜାନୁଆରି ୨୭ ତାରିଖରେ ହେବାକୁ ଥିବା ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗଜପତି ଜିଲ୍ଲାରୁ ୫ ଜଣ ସେବାୟତ ତଥା ଲୁହାଖମ୍ୱ ମନ୍ଦିର ରୁ ଶ୍ରୀ ଚିତ୍ରସେନ ନାୟକ ଓ ଶ୍ରୀ ହରୀ କାର୍ଜି ସେହିପରି ଜଗନ୍ନାଥ ମନ୍ଦିର ଚନ୍ଦ୍ରଗିରିରୁ ରୁ ଶ୍ରୀ ରାମଚନ୍ଦ୍ର ପୂଜାରୀ ଓ ଶ୍ରୀ ବସନ୍ତ କୁମାର ପ୍ରଧାନ , ମା କୁରେଇଶୁଣୀ ମନ୍ଦିରରୁ ପୂର୍ଣ୍ଣଚନ୍ଦ୍ର ରାଉତ ଓ ଶ୍ରୀ କୁଞ୍ଜ ବିହାରୀ ବଡ଼ନାୟକ ସମେତ ନୋଡାଲ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମ୍ବଲପୁର ସ୍ଥିତ ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ଆଜି ଏକ ସତନ୍ତ୍ର ଗାଡ଼ି ଯୋଗେ ବାହାରିଛନ୍ତି। ଏହି ଗାଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.