ଜିଲ୍ଲା ସ୍ତରୀୟ ମକର ମହୋତ୍ସବ ପାଳିତ ।

0

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :ଜିଲ୍ଲା ସ୍ତରୀୟ ମକର ମହୋତ୍ସବ ୨୦୨୪ର ଷଷ୍ଠ ଦିବସ ପଖୋଟ ଠାରେ ପାଳିତ ହୋଇଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଖୋଟ ଭଳି ଏକ ତ୍ରିକୋଣ ଭୂମି ଅଞ୍ଚଳର କିଭଳି ବିକାଶ ହେବ ,ଚାଷୀ ମାନଙ୍କ ଅର୍ଥନୀତି ସୁଦୃଢ଼ ହୋଇପାରିବ ,ସେ ସମ୍ପର୍କରେ ମତାମତ ରଖିଥିଲେ ।ସେ ନିଜକୁ କେନ୍ଦ୍ରାପଡ଼ା ମାଟିର ପୁଅ ବୋଲି କହିବା ସହ କେନ୍ଦ୍ରାପଡ଼ା ଚାଷୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ ।ଚାଷୀ ମାନଙ୍କ ସମସ୍ୟା ଓ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଦ୍ଵିପାଞ୍ଚଳ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ମକର ମହୋତ୍ସବ ପ୍ରତିବର୍ଷ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଦୀର୍ଘ ୭ଦିନ ବ୍ୟାପୀ ଏହି ମେଳା ଅନୁଷ୍ଠିତ ହୋଇଥାଏ।ଜାତି ,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ମହୋତ୍ସବ ପାଳନ କରାଯାଇଥାଏ।ସମାଜ ସେବୀ ଅଜୟ ରାଉତ ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ସୁନାର ପାଟକୁରା ଗଠନ କରିବା ପାଇଁ ନିଜକୁ ସେବା ଭାବ ନେଇ ସମର୍ପିତ ହେବା ପାଇଁ ଆହ୍ବାନ ଦେଇଥିଲେ . ସଭା ଶେଷରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା . ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅମରେଶ ପତ୍ରୀ, ଅବସର ପ୍ରାପ୍ତ ଆଇଏଏସ ଅଫିସର ବିକାଶ ମହାପାତ୍ର, ରାଜ୍ୟ ବିଜେଡି ସମ୍ପାଦକ ଜ୍ୟୋତି ରଞ୍ଜନ  ଜେନା, ଆୟୋଜକ ଲିପୁ ସ୍ୱାଇଁ,ଫିଲ୍ମ ତାରକା ଭୂମିକା , ପପୁ ମହାପାତ୍ର,ବିକାଶ ପରିଡ଼ାଙ୍କ ସମେତ ପାଟକୁରାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.