ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ :: ଶାସକ ପ୍ରଶାସକ ପୌଷ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ବିକ୍ରମ ସମ୍ଭତ -୨୦୮୦ , ସୋମବାର ଦିନାଙ୍କ ୨୨ ଜାନୁୟାରୀ ୨୦୨୪ ଶୁଭ ଦିନରେ ପ୍ରଭୁ ଶ୍ରୀ ରାମଙ୍କ ନୂତନ ବିଗ୍ରହକୁ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ରେ ନିର୍ମିତ ନୂତନ ଗର୍ଭ ଗୃହରେ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯିବା ଅବସରରେ ସାରା ଭାରତ ବର୍ଷରେ ଅଦ୍ଭୁତପୂର୍ବ ଆନନ୍ଦମୟ ବାତାବରଣ ସୃଷ୍ଟି ହେଉଥିବା ବେଳେ ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ମନ୍ଦିର ଯଥା ଝାରପୋଖାରିଆ ସ୍ଥିତ ରାମ ମନ୍ଦିର,ଲୋକନାଥ ଶିବ ମନ୍ଦିର, ସାରସକଣା ର ସାରସକ୍ଷେତ୍ର, ଶିର୍ଷା ର ଜଗନ୍ନାଥ ମନ୍ଦିର, ପୋଖାରିଆ ର ଶିବ ମନ୍ଦିର, ପାନ୍ଧଡା ର ଶିତଳା ମନ୍ଦିର ସହିତ ସ୍ଥାନୀୟ ଗ୍ରାମ, ପଡା,କଲୋନୀ ଠାରୁ ଆରମ୍ଭ କରି ସହର ମାନଙ୍କରେ ପ୍ରଭୁ ଶ୍ରୀ ରାମଙ୍କ ଜୟ ଧ୍ୱନୀ ରେ ପ୍ରକମ୍ପିତ ହୋଇଥିବା ବେଳେ ବିଭିନ୍ନ ପ୍ରକାର ଦୁଇ ଚକିଆ ଏଵଂ ଚାରି ଚକିଆ ଯାନ ବ୍ୟବହାର କରି ଶହ ଶହ ରାମ ଭକ୍ତ ମାନେ ରାଜାଲୋକା ରାମ ମନ୍ଦିରରୁ ବାହାରି ଶଙ୍ଖଧ୍ୱନୀ, ଘଣ୍ଟାଧ୍ୱନୀ ଦେବା ସହିତ ଶ୍ରୀ ରାମଙ୍କ ଜୟ ଧ୍ୱନୀ ଦେଇ ସହର ପରିକ୍ରମା କରିଥିଲେ । ସଂଧ୍ୟା ସମୟରେ ସମସ୍ତ ସ୍ଥାନରେ ଦ୍ଵୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ଥାନୀୟ ସମସ୍ତ ମନ୍ଦିରରେ ଦେବାଦେବୀଙ୍କର ଭଜନ,କୀର୍ତ୍ତନ,ଆରତୀ କରି ପୂଜା ପାଠ କରିଥିବା ବେଳେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ, ରାମରକ୍ଷା ସ୍ତୋତ୍ର ଆଦିର ସାମୁହିକ ପାଠ କରିଥିଲେ । ତେବେ ଏହି ପ୍ରାଣ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନ୍ଧ୍ୟା ସମୟରେ ପ୍ରାୟ ପ୍ରତ୍ୟେକ ଗ୍ରାମର ଘରେ ଘରେ ଦେବତା ମାନଙ୍କ ପ୍ରସନ୍ନତା ପାଇଁ ଦ୍ୱାରଦେଶକୁ ଦୀପ ମାଳିକା ରେ ସଜାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦୀପୋତ୍ସବ ପାଳନ କରିଥିବା ବେଳେ ସର୍ବତ୍ର ସାତ୍ତ୍ୱିକ ଏବଂ ରାମମୟ ବାତାବରଣ ସୃଷ୍ଟି ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post