ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଆଜି ତା ୨୨/୧/୨୦୨୪ ରିଖ, ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବର ପବିତ୍ର ଦିନରେ ଭଂଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ୍ ସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳିତ ହୋଇଯାଇଛି। ଭଂଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍ ଧନଞ୍ଜୟ ଙ୍କ ପରାମର୍ଶକ୍ରମେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଯେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ , ସହକାରୀ ଶିକ୍ଷକ ଗଣ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଆନୁସଙ୍ଗିକ ସୁବିଧା ସୁନିଶ୍ଚିତ କରିଥିଲେ। ବିଇଓ ଅଫିସ ତରଫରୁ ବ୍ଳକ ସମ୍ବଳ ଶିକ୍ଷକ ଶ୍ରୀ ଚିନ୍ମୟ ଦାସ୍ ଓ ଅନିଲ୍ ମୁଦୁଲି ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ ଓ ବିଭିନ୍ନ କ୍ଲଷ୍ଟରର ସିଆରସିସି ମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବାଳିକା ମାନଙ୍କ ମଧ୍ୟରେ ବକୃତା, ଚିତ୍ର ଏବଂ ସ୍ଲୋଗାନ ପ୍ରତିଯୋଗିତା ସଂପାଦନ ହୋଇଥିଲା। ଏଥିରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି ଆଜିର ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଆୟୋଜନ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ। ଆଜିର ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ପ୍ରଦୀପ ସାସମଲ, ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର, ଶ୍ରୀ ମତି ରଞ୍ଜୁଲତା ବେହେରା, ଶ୍ରୀ ଶ୍ରାବଣୀ ଶଙ୍କର ପ୍ରଧାନ, ଶ୍ରୀ ସତ୍ୟ ନାରାୟଣ ଶତପଥୀ, ଶ୍ରୀ ସୁଦାମ ଦଳବରା, ଶ୍ରୀ ରମେଶ ଚନ୍ଦ୍ର ବେହେରା, ଶ୍ରୀ କାଳୀଚରଣ ପରିଡ଼ା ବିଚାରପତି ରୂପେ ଯୋଗଦାନ କରିଥିଲେ। ପରିଶେଷରେ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁ କାର୍ଯ୍ୟକ୍ରମର ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post