୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରୋମାଞ୍ଚକର ମ୍ୟାଚରେ ଏମ୍.ଏମ୍. ସି.ସି ସମ୍ବଲପୁର ଚମ୍ପିୟାନ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଫାଇନାଲ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ଵର ଓ ଏମ୍.ଏମ୍.ସି.ସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ମ୍ୟାଚ ଆରମ୍ଭ ରେ ସମ୍ବଲପୁର ଦଳ ଟସ୍ ଜିଣି ଫିଲ୍ଡିଙ୍ଗ କରିଥିଲେ। ବାପୁଜୀ ଦଳ ବ୍ୟାଟିଂ କରି ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସତ୍ୟଜିତ ସ୍ବତ ୫୮(୫୮)କରିଥିବା ବେଳେ ରାକେଶ ଗୋଚ୍ଛାୟତ ୪୧(୬୬)ରନ କରିଥିଲେ। ଏମ୍.ଏମ୍.ସି.ସି ଦଳ ପକ୍ଷରୁ ଅଭିନନ୍ଦନ ସିଂ ୨୯ ରନ ଦେଇ ୭ଟି ୱିକେଟ ନେଇଥିଲେ। ୧୭୬ ରନ ର ଲକ୍ଷ୍ୟ ନେଇ ସମ୍ବଲପୁର ଦଳ ପ୍ରଥମେ ୩ ରନ ରେ ୩ ଟି ୱିକେଟ ହରାଇଥିଲେ ମଧ୍ୟ ବିକାଶ ଦୀକ୍ଷିତ୍ ୮୨(୭୦) କରି ୨୮.୪ ଓଭରରେ ୯ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରି ବିଜୟଲାଭ କରିଥଲେ । ସମ୍ବଲପୁର ଦଳ ୧ ୱିକେଟ୍ ରେ ବିଜୟୀ ହୋଇଥିଲେ। ଆଜି ର ପୁରସ୍କାର ବିତରଣୀ ଅବସରରେ ମୂଖ୍ୟ ଅତିଥି ଭାବରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ଚମ୍ପିୟାନ ଏମ୍.ଏମ୍.ସି.ସି ସମ୍ବଲପୁର ଦଳକୁ ବୋରସମ୍ବର୍ କପ୍ ଓ ୭୦୦୦୦/- ଟଙ୍କା ଏବଂ ଉପ ବିଜେତା ବାପୁଜୀ କ୍ଲବ୍ କୁ ୪୦୦୦୦/- ଟଙ୍କା ଓ ଟ୍ରଫି ପ୍ରଦାନ କରିଥଲେ ।
ମେନ ଅଫ ମ୍ୟାଚ୍ ଏବଂ ବେଷ୍ଟ ବୋଲର୍ ଭାବରେ ଅଭିନନ୍ଦନ ସିଂ ପାଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବରେ ଦେବାନ୍ସ ପଟ୍ଟନାୟକ, ବେଷ୍ଟ ଅଲ ରାଉଣ୍ଡର ପ୍ରଦୀପ ପ୍ରଧାନ ପୁରସ୍କୃତ ହୋଇଥିଲେ।ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଆକର୍ଷଣ ଥିଲେ ଡା.ଅର୍ଚ୍ଚନା ପାଢ଼ୀ ( ସମ୍ବଲପୁରୀ ସିଙ୍ଗର)। ସମ୍ପାଦକ ଭରତ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ସଭାପତି ସୁନିଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ମ୍ୟାଚ୍ କୁ ଆମ୍ପାୟାର୍ ଅମିୟ ଭୂଷଣ ସାହୁ ଓ ବଳରାମ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରି ଥିଲେ ସଚିନ୍ଦାନନ୍ଦ ପଣ୍ଡା।ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା । ସନ୍ତୋଷ ନାୟାର, ଦିବ୍ୟ କିଶୋର ପଣ୍ଡା, ରୋହିଣୀ ପାଣ୍ଡେ, କୁମାର ଆନନ୍ଦ, ପ୍ରକାଶ ପାତ୍ର ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ।