କେସିଙ୍ଗା,(ଶାସକ ପ୍ରଶାସକ) କଳାହାଣ୍ଡି ମାଟି ପବନର ମାଦକତା ନିଆରା ଓ ଏହି ମାଟି ସେବା ମନୋବୃତ୍ତି, ପରୋପକାର ଓ ସହନଶୀଳଗୁଣ ସିଖାଇ ଥାଏ ବୋଲି କେସିଙ୍ଗା ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ସମାବେଶରେ ଯୋଗଦେଇ ପ୍ରକାଶ କରିଛନ୍ତି ସମାଜସେବୀ ତଥା ସାମ୍ବାଦିକ ମଧୁ ମହାନ୍ତି। ରବିବାର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସମାଜସେବୀ ମଧୁ ମହାନ୍ତି କେସିଙ୍ଗା ରେ ଭବ୍ୟ ସ୍ଵାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। କେସିଙ୍ଗା ଗୌରୀଶଙ୍କର ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମା’ ଭଉଣୀ ଓ ଅଞ୍ଚଳର ସଚେତନ ନାଗରିକ ମାନେ ମଧୁ ମହାନ୍ତି ଙ୍କୁ ପାଛୋଟି ଆଣିଥିଲେ। ଏହି ସମୟରେ କଳାହାଣ୍ଡିର ବିରବାଦ୍ୟ ‘ଘୁମୁରା’ ଓ ଆଦିବାସୀ ନୃତ୍ୟ ,ମହିଳା କୀର୍ତ୍ତନ ମଣ୍ଡଳୀ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। କଳାହାଣ୍ଡିର ବିକାଶରେ ମଧୁ ମହାନ୍ତିଙ୍କ ଭାଗିଦାରୀକୁ ମନେପକାଇ ଉପସ୍ଥିତ ଜନସାଧାରଣ ନାରାବାଜି କରିଥିଲେ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାର ବିକାଶ ତାଙ୍କର ଏକମାତ୍ର ଲକ୍ଷ ସେଥିପାଇଁ ସମସ୍ତ ଆଗେଇ ଆସିବାକୁ ଶ୍ରୀମହାନ୍ତି ଆହ୍ବାନ ଦେଇଥିଲେ। ଏହି ଅବସରରେ ମଧୁ ମହାନ୍ତି ଯେଉଁଭଳି ଭାବେ କଳାହାଣ୍ଡି ଜିଲ୍ଲା ବିକାଶର ସ୍ବପ୍ନ ଦେଖିଛନ୍ତି ଓ ସାମାଜିକ ସେବା କରି ଆସୁଛନ୍ତି ତାଙ୍କୁ ହାତକୁ ଆହୁରି ମଜବୁତ କରିବା ପାଇଁ ଆପଣ ମାନଙ୍କ ସହଯୋଗ ରହିଛି। ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯିବ, ସ୍ବଚ୍ଛ ଶାସନ, ସ୍ବଚ୍ଛ ସେବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ତେଣୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶର କେସିଙ୍ଗା ର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.