ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ( ଯୁବ ଓଡ଼ିଶା ନବୀନ ଓଡ଼ିଶା )ର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଶୁଭାରମ୍ଭ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସଭା ପରିଚାଳନା କରିଥିଲେ।
ନୋଡାଲ ଅଧିକାରୀ ଡଃ ବାଗ୍ମୀ ରଂଜନ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆଭିମୁଖ୍ୟରେ ଏକ ପାଠ୍ୟଚକ୍ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଗବେଷକ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷାର ଇତିହାସ , ଗୁରୁତ୍ଵ ଏବଂ ମାତୃଭାଷାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହା ସହ ଓଡ଼ିଆ ସାହିତ୍ୟରେ ଛାନ୍ଦ , ଚମ୍ପୁ , ଢ଼ଗଢ଼ମାଳି , ତାଳପତ୍ର ପୋଥି ଆଦି ବିଷୟରେ ବିଶେଷ ବକ୍ତବ୍ୟ ରଖିଥିଲେ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ଏକ ତୁଳନାତ୍ମକ ସମ୍ଭାଷଣ ପ୍ରଦାନ କରିଥିଲେ। ସଭାର ସମ୍ମାନିତ ଅତିଥି ବିଶିଷ୍ଟ ନୃତ୍ୟଶିଳ୍ପୀ ଡି. ପ୍ରିୟଙ୍କା ଓଡ଼ିଆ ପାରମ୍ପରିକ ନୃତ୍ୟରେ ଶ୍ରୀ ଜଗନ୍ନାଥଙ୍କ ଗୁରୁତ୍ବ ଉପରେ ଆଲୋଚନା ରଖିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଡଃ ମହେନ୍ଦ୍ର ରଇତ ଏବଂ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ସୋଫିଆ ମଣ୍ଡଳ ଭାଷାର ଆବଶ୍ୟକତା ଉପରେ ନିଜ ମତ ରଖିଥିଲେ। ପରିଶେଷରେ ଇତିହାସ ଅଧ୍ୟାପକ ଡଃ ନୃସିଂହ ପ୍ରସାଦ ପାଣିଗ୍ରାହୀ ଓଡିଆ ଭାଷାର ଅତୀତ ଏବଂ ବର୍ତ୍ତମାନ ସ୍ଥିତି ଉପରେ ଏକ ସମନ୍ବୟ ରକ୍ଷା ପୂର୍ବକ ବକ୍ତବ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କ ବିଶେଷ ସହଯୋଗ ରହିଥିଲା। କାର୍ଯ୍ୟକ୍ରମର‌ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା , ପ୍ରବନ୍ଧ , ଗଳ୍ପ , କବିତା ଲିଖନ ଆଦି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.