ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ନ୍ୟାୟ ଯାତ୍ରା” ଓଡିଶା ପାଇଁ ଦୁଇଜଣ ଏଆଇସିସି ସମ୍ପାଦକ ସ୍ୱତନ୍ତ୍ର ସଂଯୋଜକ ଭାବେ ନିୟୋଜିତ
ଭୁବନେଶ୍ୱର-ତା ୨୧/୧/୨୪ ରିଖ:-ଜନ ମାନସର ନେତା ରାହୁଲ ଗାନ୍ଧି ଙ୍କ “ଭାରତ ଯୋଡ ନ୍ୟାୟ ଯାତ୍ରା” ର ସଠିକ୍ ପରିଚାଳନା ଏବଂ ସମନ୍ୱୟ ପାଇଁ ଏଆଇସିସି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର ସଂଯୋଜକ ଭାବେ ଏଆଇସିସି ସମ୍ପାଦକ ମାନଙ୍କୁ ନିୟୋଜିତ କରାଯାଇଛି ଏବଂ ନିୟୋଜିତ ହୋଇଥିବା ସ୍ୱତନ୍ତ୍ର ସଂଯୋଜକ ମାନେ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ଭେନୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଓଡିଶା ପାଇଁ ଏଆଇସିସି ସମ୍ପାଦକ ଶ୍ରୀ ବି.ଏମ. ସନ୍ଦୀପ ଓ ଶ୍ରୀ ରାମକିଶନ ଓଝା ସ୍ୱତନ୍ତ୍ର ସଂଯୋଜକ ଭାବେ କାର୍ଯ୍ୟ ନିର୍ବାହ କରିବେ।