ମୁଖ୍ୟମନ୍ତ୍ରୀଙ୍କ ଵିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ l
(ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ରୂପାନ୍ତିକରଣ ପାଇଁ ଆମ ଓଡ଼ିଶା ନୀବନ ଓଡ଼ିଶା କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଘରେ ଘରେ ପ୍ରଚାର ପ୍ରସାର ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତା ୨୪ ତାରିଖ ଠାରୁ ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ଜନସଚେତନତା କରାଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି l ଏହି ଅବସରରେ ସୁକରପଡ଼ା ଡ଼ାକବଙ୍ଗଳା ଠାରେ ବିଡିଓ ଧର୍ମରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ଶୃଙ୍ଖଳିତ ଭାବେ ଜନସଚେତନତା କରାଯିବ ସେ ନେଇ ଆଲୋଚନା କରିଛନ୍ତି । ଏଥୁରେ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ ଓଝା,ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର,ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି,ସିଡ଼ିପିଓ ସତ୍ୟଭାମା ବିଶୋଇ,ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା,ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ ଙ୍କ ସମେତ ସରପଞ୍ଚ , ସମିତିସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ବିଜେଡ଼ି ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଯିବା ସହିତ ନୂଆ ଓଡ଼ିଶା ଏବଂ ଆମ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କି କି ପ୍ରକଳ୍ପ କରାଯାଉଛି ସେ ନେଇ ଆଲୋଚନା ହେବ l ଏହି ବ୍ଲକରେ ଥିବା ୪୧ଗୋଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ଦିନରେ ତିନୋଟିରୁ ଅଧିକ ପଞ୍ଚାୟତରେ ଏଲଇଡ଼ି ସୋ ରଥ ଗ୍ରାମ ପରିକ୍ରମା କରି ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାକୁ ଲୋକମାନଙ୍କୁ ପ୍ରଦର୍ଶିତ କରାଇବ । ପରବର୍ତ୍ତୀ ସମୟରେ ସରକାରୀ ଭାବେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ହୋଇ ଏକ ସଚେତନତା ସଭା ମାଧମରେ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବଶ୍ୟକୀୟ ଯୋଜନାରେ ସମ୍ପୃକ୍ତି କରାଯାଇ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବ । ଏହାଛଡ଼ା ପ୍ରତ୍ୟେକ ଗାଁରେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଜନପ୍ରତିନିଧି ଓ ଲୋକମାନେ ତାଲିକା ପ୍ରସ୍ତୁତ କରି ଦେବା ପାଇଁ ମଧ୍ୟ କୁହାଯାଇଛି l ପଞ୍ଚାୟତ ସ୍ତରୀୟ ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି , ଏସଏଚଜି ମହିଳା ଉପସ୍ଥିତ ହୋଇ ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ ।