ବାପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଞ୍ଚାୟତ ସ୍ଥିତ ପାଟପୁର ଠାରେ ଥିବା ବାପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଛି । ଛାତ୍ର ବାଣୀରଂଜନ ସାମଲଙ୍କ ପୌରହିତ୍ୟରେ ପ୍ରଥମେ ଏହି ବ୍ୟାଚର ଦିବଂଗତ ୮ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଥିବା ୪୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀମାନେ ଏଥୁରେ ଯୋଗ ଦେଇ ଆଗାମୀ ଦିନରେ ଏହି ବ୍ୟାଚ୍ ପକ୍ଷରୁ କରାଯିବାକୁ ଥିବା ସାମାଜିକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟର ଉନ୍ନତି ଫଇଁ ମୋ ସ୍କୁଲ ଯୋଜନାରେ ସମ୍ପୂତିକରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଆଗାମୀ ଦିନରେ କୌଣସି ସହପାଠୀ ମାନଙ୍କର ବିଭିନ୍ନ ସମସ୍ୟା ତଥା ଶରୀର ଅସୁସ୍ଥ, କନ୍ୟା ବିବାହ ଘର ଏବଂ ଆର୍ଥିକ ସଙ୍କଟ ଦେଖାଗଲେ ସମସ୍ତ ସହପାଠୀ ମାନେ ମିଶି ଉକ୍ତ ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ ସହଯୋଗ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା l ଏହି ଆଲୋଚନାରେ ଶିଳ୍ପପତି ଉତ୍ସବ ଚନ୍ଦ୍ର ଭଞ୍ଜ, ସତନ୍ତ୍ର ଶ୍ରେଣୀ କଂଟ୍ରାକଟର ଅଜୟ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ବାନାମ୍ବର ଦାସ, ସୁକାନ୍ତ ଶତପଥୀ,କିଶୋର ଦାସ,ନିରଞ୍ଜନ ପଣ୍ଡା,ହେମନ୍ତ ଦାସ, ଲକ୍ଷ୍ମୀକାନ୍ତ ରାଉଳ, ବୀଣାପାଣି ଦାସ,ଶୈଳବାଳା ପଣ୍ଡା, ପ୍ରଭାସିନୀ ରାଉତ,ରେବତୀ ରାଉତ ପ୍ରମୁଖ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଗତ ୪୨ବର୍ଷ ପରେ ସମସ୍ତ ସହପାଠୀ ମାନେ ଏକାଠି ହୋଇଥିବାରୁ ବିଦ୍ୟାଳୟ ଜୀବନର ବିଭିନ୍ନ ସ୍ମୃତିକୁ ମନେପକାଇ ବହୁ ଉତ୍ସାହିତ ହୋଇଥିଲେ । ଶେଷରେ ଏକ ଭୋଜିର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.