
ଜାତିର ଉନ୍ନତି ଓ ନାର୍ଯ୍ୟ ଦାବି ହାସଲ ପାଇଁ ସଂଗଠନ କୁ ବ୍ୟାପକ କରାଯିବାକୁ ଆହ୍ବାନ ।
ଭୁବନ/ ଅବିନାଶ ସାଥୁଆ ମହାପାତ୍ର- କାପୁଡିଆ ସମାଜ ଢେଙ୍କାନାଳ ଜିଲ୍ଲାର ୩ୟ ବାର୍ଷିକ ସମ୍ମିଳନୀ ଷଡଙ୍ଗୀ ପଞ୍ଚାୟତର ଝାରଦା ସ୍ଥିତ ଗିରିଧାରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଖଗେଶ୍ବର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ନବ କିଶୋର ଗୁରୁ ମୂଖ୍ୟଅତିଥି ଭାବେ ଯୋଗଦେଇ ଜାତିର ଉନ୍ନତି ଓ ନାର୍ଯ୍ୟ ଦାବି ହାସଲ ପାଇଁ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ସଂଗଠନକୁ ବ୍ୟାପକ କରିବାକୁ ମତବ୍ୟକ୍ତ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଏକତା ହିଁ ବଳ , ତେଣୁ ଆଗାମୀ ଦିନରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାର କାପୁଡ଼ିଆ ଲୋକଙ୍କୁ ସାମିଲ କରାଯାଇ ରାଜ୍ୟ ସମ୍ମିଳନୀ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଜାତି ଇତିହାସ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଭାସ୍କର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ ସଭା ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଭୁବନ କାପୁଡିଆ ସମାଜ ସଭାପତି ରାମଚନ୍ଦ୍ର ରାଉତ ଙ୍କ ସମେତ ରାସୋଳ, ବାଲିକିଆରୀ,ମାଳତିମୁଣ୍ଡା,ଷଡ଼ଙ୍ଗୀ,ଝାରଦା ସଭାପତି, ବେହେରା,ପାରିମାଣିକ ଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ଯୋଗଦେଇଥିଲେ ।